ଜିଲ୍ଲାର ଜଣେ ବିଶିଷ୍ଟ ଆଇନଜୀବୀ ତଥା ସମାଜସେବୀ ସମରେନ୍ଦ୍ର ପଟ୍ଟନାୟକଙ୍କର ଗତାକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି. ମୃତୁ୍ୟ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା. ସେ ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କୁ ଛାଡି ଯାଇଛନ୍ତି. କିଡନୀ ରୋଗରେ ଆକ୍ରାନ୍ତ ଥିବା ଶ୍ରୀ ପଟ୍ଟନାୟକଙ୍କର ଗତକାଲି ସଂନ୍ଧ୍ୟାରେ ହଠାତ୍ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ. ତେବେ ତାଙ୍କ ଅବସ୍ଥା ଶଂକଟାପନ୍ନ ଥିବାରୁ ତାଙ୍କୁ ଡାକ୍ତର କଟକ ବଡ ଡାକ୍ତରଖାନାକୁ ରେଫର କରିଥିଲେ. ଆମ୍ବୁଲାନ୍ସ ଯୋଗେ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା. ସ୍ୱର୍ଗତ ପଟ୍ଟନାୟକଙ୍କ ଦେହାନ୍ତ ଖବର ପାଇ ଆଜି ସକାଳେ ସହର ବହୁ ମାନ୍ୟଗଣ୍ୟ ବକ୍ତି ତାଙ୍କର ଶେଷ ଦର୍ଶନ ପାଇଁ ମାଷ୍ଟରପଡା ସ୍ଥିତ ତାଙ୍କ ବସଭବନକୁ ଯାଇଥିଲେ. ଅନ୍ତିମ ଶୋଭାଯାତ୍ରା କୋର୍ଟ ପରିସରକୁ ନିଆଯାଇଥିଲା. ସେଠାରେ ବାର ଆସୋସିଏସନ ଏବଂ ବିଚାରପତିମାନେ ତାଙ୍କ ମୃତ ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇବା ପରେ ଲାଲୁଙ୍କି ନଦୀ ତଟରେ ଥିବା ସ୍ମଶାନରେ ତାଙ୍କର ପାର୍ଥିବ ଶରରୀର ଅନ୍ତିମ ସକ୍ରାର କରାଯାଇଥିଲା. 4 ପଟ୍ଟନାୟକ ଜିଲ୍ଲାର ଜଣେ ଆଗଧାଡିର ସମାଜସେବୀ ଭାବେ ପରିଚିତ ଥିଲେ. ସେ ଫୁଲବାଣୀ ରକ୍ତଦାନ ସମିତର ପ୍ରତି Â ାତା ସଦସ୍ୟ ରହିବା ସହ ୬୦ରୁ ଉଦ୍ଧ୍ୱର୍୍ ଥର ରକ୍ତଦାନ କରିଥିଲେ. ଏଥି ସହ ସେ ଶବସକ୍ରାରରେ ମଧ୍ୟ ନିଜକୁ ସାମିଲ କରୁଥିଲେ. ସ୍ୱର୍ଗତ ପଟ୍ଟନାୟକଙ୍କ ସମ୍ମାନରେ ଆଜି କୋର୍ଟ କାର୍ଯ୍ୟ ବନ୍ଦ ରହିବା ସହ କୋର୍ଟ ଛକ ବଜାର ମଧ୍ୟ ବନ୍ଦ ରହିଥିଲା. ତାଙ୍କ ବିୟୋଗରେ ବରି Â ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ ଶୋକବ୍ୟକ୍ତ କରି କନ୍ଧମାଳ ଜିଲ୍ଲା ଜଣେ ବିଜ୍ଞ ଆଇନଜୀବୀଙ୍କ ସହ ନିସ୍ୱାର୍ଥପର ସମାଜସେବୀଙ୍କୁ ହରାଇଲା ବୋଲି କହିଛନ୍ତି. ବାର ଆସୋସିଏସନ ସମେତ ସହରର ବହୁ ଅନୁ Â ାନ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି. ଆଇନଜୀବୀଙ୍କ ସହ ନିସ୍ୱାର୍ଥପର ସମାଜସେବୀଙ୍କୁ ହରାଇଲା ବୋଲି କହିଛନ୍ତି. ବାର ଆସୋସିଏସନ ସମେତ ସହରର ବହୁ ଅନୁ Â ାନ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି. ଆଇନଜୀବୀଙ୍କ ସହ ନିସ୍ୱାର୍ଥପର ସମାଜସେବୀଙ୍କୁ ହରାଇଲା ବୋଲି କହିଛନ୍ତି. ବାର ଆସୋସିଏସନ ସମେତ ସହରର ବହୁ ଅନୁ Â ାନ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି.
Related Stories
November 24, 2024
November 24, 2024