ଜଟଣୀ – ରାଜ୍ୟ ସରକାରଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସାରା ଓଡ଼ିଶାରେ ପ୍ରତ୍ୟେକ ମ୍ୟୁନିସିପାଲିଟି ଓ ଏନ୍.ଏ.ସି.ରେ ନଗର ଉନ୍ନୟନ ବିଭାଗ ତରଫରୁ ଜାନୁୟାରୀ ୧ତାରିଖ ଠାରୁ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଛି ଯାହାକି ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ । ଯେଉଁଥିରେ କି ପୌରାଂଚଳ ବାସୀମାନେ ସେମାନଙ୍କର ବିଭିନ୍ନ ସମସ୍ୟା ତଥା ଅଭିଯୋଗ ଏବଂ ପ୍ରସ୍ତାବ ଜଣାଉଛନ୍ତି । ଏହି ପରିପେକ୍ଷୀରେ ଶୁକ୍ରବାର ଦିନ ଜଟଣୀ ପୌର କାର୍ଯ୍ୟାଳୟ ପରିସରରେ ମୋ’ ସରକାର କାର୍ଯ୍ୟକ୍ରମକୁ ତୋରାନ୍ୱିତ କରିବା ପାଇଁ ଏକ ସ୍ୱତନ୍ତ୍ର ଗୃହ ନିର୍ମାଣ କରି ଜଣେ ସ୍ୱତନ୍ତ୍ର ବ୍ୟକ୍ତିଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ପୌରାଂଚଳ ବାସୀମାନେ ହୋଡ଼ିଂ ଟିକସ୍ ଠାରୁ ଅରମ୍ଭ କରି ବ୍ୟବସାୟୀକ ଅନୁମତି ସ୍ୱଚ୍ଛତା ଏବଂ ସରକାର ବିଭିନ୍ନ ବସ୍ତିବାସୀଙ୍କୁ ଜମିଜମା, ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ ରେକର୍ଡ଼ ଯୋଗାଇ ଦେଉଥିବା ବିଭିନ୍ନ ସମସ୍ୟା ଉପରେ ଲୋକମାନେ ସେମାନଙ୍କର ଅଭିଯୋଗ ଉତ୍ଥାପନ କରିବା, ଅଭିଯୋଗ ଦରଜ ହେବାମାତ୍ରେ ଅଭିଯୋଗକାରୀଙ୍କ ମୋବାଇଲ୍ ଫୋନକୁ ଏକ ମେସେଜ ଯିବା ଯାହାଫଳରେ ଅଭିଯୋଗକାରୀମାନେ ସେମାନଙ୍କର ଅଭିଯୋଗର କାର୍ଯ୍ୟକାରୀ ସମ୍ପର୍କରେ ଜାଣିପାରିବେ । ସରକାରଙ୍କର ୫ଟି ଯୋଜନାକୁ ପୌରାଂଚଳରେ କିପରି ଭାବରେ ସଠିକ୍ କାର୍ଯ୍ୟ କରାଯାଇ ପାରିବ ସେନେଇ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକୁ ମନିଟରିଙ୍ଗ କରିବେ । ଏଥିସହ ପୌର କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ଦାୟିତ୍ୱରେ ଥିବା ପୌରକର୍ମଚାରୀମାନେ କିଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହାକୁ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ମନିଟରିଙ୍ଗ୍ କରିବେ । ଆଜିର ଏହି ଉଦ୍ଘାଟନ ଉତ୍ସବରେ ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ପୌର ପରିଷଦର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ କୁମାର ମହାନ୍ତି, ସୁଧାକର ଦାଶଙ୍କ ସମେତ ପୌରପରିଷଦର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୋ’ ସରକାର ଏହି କାର୍ଯ୍ୟକ୍ରମ ଜଟଣୀ ପୌରପରିଷଦରେ ଶନିବାର ଠାରୁ ବିଦ୍ଧିବଦ୍ଧ ଭାବରେ କାର୍ଯ୍ୟକରିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024