ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣ୍ୟତିଥିରେ ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି, ବିଜେପି ବିଚାର ପରିବାରର ବରିଷ୍ଠ ନେତା କଲ୍ୟାଣ ସିଂହଙ୍କ ପୁଣ୍ୟତିଥିରେ ତାଙ୍କୁ ପ୍ରଣାମ ଜଣାଉଛି । ସାମାଜିକ ନ୍ୟାୟର ମସିହା ବାବୁଜୀଙ୍କ ସମ୍ପୂର୍ଣ ଜୀବନ ଦେଶ ପାଇଁ ସମର୍ପିତ ଥିଲା । ଜନ ଭାବନାର ସମ୍ମାନ ଓ ବିଚାରର ରାଜନୀତି ଦିଗରେ ତାଙ୍କ ଦ୍ୱାରା ସ୍ଥାପିତ ଉଚ୍ଚ ମାନକ ସବୁବେଳେ ଆମକୁ ପ୍ରେରଣା ଦେଉଥିବ । ସନାତନ ସଂସ୍କୃତିର ସଂରକ୍ଷଣ ଓ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ତାଙ୍କର ତ୍ୟାଗ ଓ ପ୍ରୟାସ ଚୀର ସ୍ମରଣୀୟ ହୋଇ ରହିବ ।