ମାଲକାନଗିରି,ମାଲକାନଗିରି ସହର ମଲ୍ଲୀକେଶ୍ୱର ଶୈବ ପୀଠ ପ୍ରାଙ୍ଗଣରେ ମନ୍ଦିର ପରିଚାଳନା କମିଟି ସଭାପତି ବି .ବାଲା ରାଜୁ ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ .ପାଣ୍ଡିଆନ୍ ଙ୍କୁ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ମଲ୍ଲୀକେଶ୍ୱର ଶୈବ ପୀଠ ର ଉନ୍ନତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ସଚିବ ଶ୍ରୀ ଭି .କେ ପାଣ୍ଡିଆନ୍ ଙ୍କ ମାଧ୍ୟମ ରେ ୨କୋଟି ୨୧ଲକ୍ଷ ୨୧ ହଜାର ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଖବର ଶୁଣି ମାଲକାନଗିରି ସହରର ସମସ୍ତ ଜନ ସାଧାରଣ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ ୫ଟି ସଚିବ ଭି.କେ . ପାଣ୍ଡିଆନ୍ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମାଲକାନଗିରି ସହର ମଲ୍ଲୀକେଶ୍ୱର ଶୈବ ପୀଠ ପରିଚାଳନା କମିଟି ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ରେ ମାଲକାନଗିରି ପୁର୍ବତ୍ତନ ବିଧାୟକ ମାନସ ମାଡକାମୀ ,ସ୍ୱତନ୍ତ୍ର ବିକାଶ୍ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା ,ମାଲକାନଗିରି ଜିଲ୍ଲା ଆଇନଜୀବି ସାମ୍ମୁଖ୍ୟ ସଭାପତି ତଥା ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ,ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ,ବରିଷ୍ଠ ବିଜେଡି ନେତା ଜି . ଶ୍ରୀନିବାସ ରାଓ ,ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ ,ବରିଷ୍ଠ ବିଜେଡି ନେତା ପ୍ରଫୁଲ ପଣ୍ଡା ,ଆଇନଜୀବି ହୃଷିକେଶ ପଣ୍ଡା ,ବରିଷ୍ଠ ନେତା ଜୁର ସେନାପତି ,ନଗର ସଭାପତି ଡି. ନାଗା ,ବରିଷ୍ଠ ସାମ୍ବାଦିକ ଦୁର୍ଗା ପଟ୍ଟନାୟକ , ସମାଜସେବୀ ଟି .ସାଇ ବାବୁ ,ମା ଘର ମହିଳା ସଭାନେତ୍ରୀ ପ୍ରଶାନ୍ତି ଲତା ବିଶୋଇ ,ବିଜେଡି ନେତା ସତ୍ୟ ସ୍ୱାଇଁ ,ସମାଜସେବୀ କିଶୋର ଚନ୍ଦ୍ର ସିକଦାର, ଯୁବ ବିଜେଡି ଉପ ସଭାପତି କଣ୍ଟେସ ପୋଟଲା ,ଯୁବ ସମ୍ପାଦକ ବସନ୍ତ ନାୟକ ,ଯୁବ ନେତା ସଦାନନ୍ଦ ଖରା, କାଉନସିଲର ଦିପିକା ପୂଜାରୀ, ଶ ଙ୍କର ପାଣିଗ୍ରାହୀ, ସୁବ୍ରତ ଦାସ,ଦୁଲାଲି ଥଣ୍ଡର,ଗିତାଞଳି ମହାପାତ୍ର, ଵଳରାମ ଭଞ , ପ୍ରଫୁଲ୍ଲ ଭାଇଙ୍କ ସହ ମାଲକାନଗିରି ମଲ୍ଲୀକେଶ୍ୱର ଶୈବ ପୀଠ ପରିଚାଳନା କମିଟି ର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ରାଜୁ ,ସମ୍ପାଦକ ବଳରାମ କୋଡେ , ତ୍ରିନାଥ ରାଜୁ ,କରୁଣାକର ପରିଚ୍ଛା ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
Related Stories
November 22, 2024