-
ବିଜ୍ଞାନ ମନୁଷ୍ୟ ଜାତି ପାଇଁ ଆଶୀର୍ବାଦ
ବଲାଙ୍ଗିର,ସ୍ଥାନୀୟ କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଦକ୍ଷିଣ-ପଶ୍ଚିମ ସମ୍ଭାଗର ଜ୍ଞାନ ବିଜ୍ଞାନ ମେଳା ଉଦ୍ଯାପିତ ହୋଇଯାଇଛି । ସମ୍ଭାଗ ସଭାପତି ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଉଦ୍ଭିଦ ବିଜ୍ଞାନୀ ତଥା ବ୍ୟଙ୍ଗ ଚିତ୍ରକାର ଅଶ୍ୱିନୀ କୁମାର ରଥ, ଜିଲ୍ଲା ପ୍ରମୁଖ ରାମ କୁମାର ମିଶ୍ର ବିଭାଗ ନିରୀକ୍ଷକ ନରୋତ୍ତମ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରଥ ନିଜ ବକ୍ତବ୍ୟରେ ବିଶ୍ୱର ପ୍ରତିଟି କ୍ଷେତ୍ରରେ ବିଜ୍ଞାନର ଉପଯୋଗ ନିତାନ୍ତ ଆବଶ୍ୟକ ବୋଲି କହିବା ସହ ବିଜ୍ଞାନ ମନୁଷ୍ୟ ଜାତି ପାଇଁ ଆଶୀର୍ବାଦ ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ଅତିଥି ପରିଚୟ, ସମ୍ପାଦକ ଅଶୋକ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ । ସମ୍ଭାଗ ଅନ୍ତର୍ଗତ ତିନୋଟି ଜିଲ୍ଲାରୁ ପ୍ରାୟ ୧୯୦ ଜଣ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀଛାତ୍ର ଛାତ୍ରୀମାନେ ଆସନ୍ତା ସେପ୍ଟେମ୍ବର ମାସ ୯ ତାରିଖରେ ଅନୁଗୁଳଠାରେ ହେବାକୁ ଥିବା ପ୍ରାଦେଶିକ ଜ୍ଞାନ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସୁନୀଲ କୁମାର ପଣ୍ଡା, ନିଳାଞ୍ଚଳ ଚିରଗୁନ, ଶିବ ତ୍ରିପାଠୀ, ମନୋରଞ୍ଜନ କର, ସୁବ୍ରତ କୁମାର ବେହେରା, ଚକ୍ରପାଣୀ ଷଡଙ୍ଗୀ, କାଳୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିଚାରକ ଭାବେ ସୁଧାନିଧି ମିଶ୍ର, ଅମ୍ବରିଶ ଭୋଇ, ବିଷ୍ଣୁ ମିଶ୍ର, ସରୋଜ ହୋତା, ଜ୍ୟୋତ୍ସ୍ନା ଭୋଇ ତବସୁମ ବେଗମ, ଶର୍ମିଷ୍ଠା ହୋତା, ଶୁଭଶ୍ରୀ ଦାଶ, ମୌସୁମୀ ନାୟକ, ଜ୍ୟୋତ୍ସ୍ନାମୟୀ ମିଶ୍ର, ଦିନେଶ ମହାନନ୍ଦ, ଅମ୍ବୁଜ ପଟେଲ, ବିରେନ୍ଦ୍ର ମହାଣା, ରଞ୍ଜିତ ମିଶ୍ର, ରାଜାରାମ ପୁରୋହିତ, ତାରାକାନ୍ତ ମିଶ୍ର, ଅଙ୍ଗୀରା ସାହୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ, ଗୁୁରୁମା, ସେବକ, ସେବିକା ସହଯୋଗ କରିଥିଲେ ।