ଧର୍ମଶାଳା,ଆଜି ଅପରାହ୍ନରେ ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥ ମୂଳାପାଳ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଡ୍ରଷ୍ଟ ବୋଝେଇ ଡମ୍ପର ପଛ ପଟୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ୨ ଜଣ ଡ୍ରାଇଭର ହୋଇଥିବା ଜଣାପଡିଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି ।
ସୂଚନା ମୁତାବକ, କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟରେ ୧୬ ନଂ ଜାତୀୟ ରାଜପଥ ଉପରେ ଏକ ଡ୍ରଷ୍ଟ ବୋଝେଇ ଡମ୍ପର(ଓଆର୦୪ସି୧୩୩୨) ବ୍ରେକ୍ ଡାଉନ ହୋଇ ଛିଡା ହୋଇଥିଲା । ଏହି ଡମ୍ପରଟି ଜାରକା ଅଂଚଳର ହୋଇଥିବାରୁ ଏକ ମହେନ୍ଦ୍ରା କ୍ୟାମ୍ପର(ଓଡି ୦୪ଏନ୦୦୩୨) ଗାଡିରେ ସେଠାରୁ ମିସ୍ତ୍ରୀ ମରାମତି କରିବାକୁ ଆସିଥିଲେ । ଡମ୍ପର ଡ୍ରାଇଭର,କ୍ୟାମ୍ପର ଡ୍ରାଇଭର ଓ ମିସ୍ତୀ ଉକ୍ତ ବ୍ରେକ ଡାଉନ ଗାଡି ତଳେ ରହି ମରାମତି କରୁଥିବା ସମୟରେ ଅନ୍ୟ ଏକ ଟ୍ରକ୍ (ଟିଏନ୭୭ଏଚ୯୪୫୫) ଦୃତ ଗତିରେ ଆସି ଉକ୍ତ ବ୍ରେକ ଡାଉନ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ମିସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । କୁଆଖିଆ ପୋଲିସ ଖବର ପାଇ ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ଗୁରତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି । ମୃତକ ଡ୍ରାଇଭର ଦ୍ୱୟ ଗୋପାଳପୁରର ବିଶ୍ୱରଂଜନ ଓ ବାଲିଚନ୍ଦ୍ରପୁର ଅଂଚଳର ଉମେଶ ଚନ୍ଦ୍ର ଜେନା) ବୋଲି ଜଣାପଡିଛି । ଶବ ୨ଟିକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ଜଣାପଡିଛି ।