
କନ୍ଧମାଳ ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ର ଉନ୍ନତି ପାଇଁ ଦୀର୍ଘ ୩୧ ବର୍ଷ ଧରି ନିର ର୍ବଛିନ୍ନ ଭାବେ କନ୍ଧମାଳ ଜିଲ୍ଲା ରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ, ବନଜ୍ୟୋସ୍ନା ସାହିତ୍ୟ ସଂସଦ କୁ ଆଜି ଭୁବନେଶ୍ଵର ଜୟଦେବ ଭବନ ଠାରେ ଆନ୍ତର୍ଜାତୀୟ ଓଡିଆ ସ୍ବାଭିମାନ ପ୍ରତିଷ୍ଠାନ ର ଏକ କାର୍ଯ୍ୟକ୍ରମ ରେ ଛତିଶଗଡ଼ ର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ଵଭୁଷଣ ହରିଚନ୍ଦନ ସମ୍ବର୍ଦ୍ଧିତ କରିଛନ୍ତି। ଏଥି ପାଇଁ ମାନପତ୍ର, ଫଳକ ଓ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି। ରାଜ୍ୟ ର ଏକ ମାତ୍ର ସାହିତ୍ୟ ଅନୁଷ୍ଠାନ କୁ ପୁରସ୍କୃତ କରାଯାଇଥିବାରୁ ଓଡିଶା ର ବହୁ ଲବ୍ଧ ପ୍ରତିଷ୍ଟତ ସାହିତ୍ୟିକ ଶୁଭେଚ୍ଛା ଜଣାଇଛନ୍ତି. ଏହି ଉତ୍ସବ ରେ ଅନୁଷ୍ଠାନ ର ସଭାପତି ପ୍ରଶାନ୍ତ କୁମାର ବେହେରା, ଉପ ସଭାପତି ଶରତ ଚନ୍ଦ୍ର ମହାନ୍ତି, ଯୁଗ୍ମ ସମ୍ପାଦକ ଓମ ପ୍ରକାଶ ପଣ୍ଡା, ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ସାହୁ ଏବଂ ସଦସ୍ୟା ଡା ପୁଷ୍ପାଞ୍ଜଳି ମିଶ୍ର ଯୋଗ ଦେଇଥିଲେ. ଏହି ପୁରସ୍କାର ପାଇବା ପରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ, ସଦସ୍ୟା ଙ୍କ ମନରେ ଖୁସି ର ଲାହାରୀ ଖେଳି ଯାଇଛି।