କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ମିଶନ ଶକ୍ତି ଏକ ସାମାଜିକ ଆନ୍ଦୋଳନ ରେ ପରିଣତ ହୋଇଛି।ପ୍ରତ୍ୟେକ ମା ମାନେ ଆଜି ନିଜ ପରିବାର ଓ ସମାଜ ପାଇଁ ସମ୍ବଳ ପାଲଟିଛନ୍ତି ବୋଲି ୫ଟି ସଚିବ ଭି କେ ପାଣ୍ଡିଆନ କହିଛନ୍ତି।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ଆସିଥିବା ୫ଟି ସଚିବ ଶ୍ରୀ ପାଣ୍ଡିଆନ ଦ୍ୱିତୀୟ ଦିନ ରେ ସର୍ବ ପ୍ରଥମେ କାକଟପୁର ବ୍ଲକ ପଡିଆ ଠାରେ ପହଞ୍ଚି ଲୋକ ମାନଙ୍କ ସହ ମିଶିଥିଲେ।ଲୋକ ମାନଙ୍କ ପାଖକୁ ଯାଇ ସେମାନଙ୍କ ଅଭିଯୋଗ ଗୁଡିକ ମଧ୍ୟ ନିଜେ ସଂଗ୍ରହ କରିଥିଲେ।ଅଭିଯୋଗ ଗୁଡିକ ମଧ୍ୟରୁ ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ଗୁଡିକ ପାଇଁ ଆଗାମୀ ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଶୁଭ ସୂଚନା ପ୍ରାପ୍ତ ହେବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।ପାନୀୟ ଜଳ ର ସମସ୍ୟା ଗୁଡିକ ତ୍ୱରାନ୍ୱିତ ସମାଧାନ କରିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅନ୍ୟ ଅଭିଯୋଗ ଗୁଡିକ ଉପରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆବେଦନକାରୀ ଙ୍କୁ ସୂଚନା ଦିଆଯିବ ବୋଲି ସେ କହିଥିଲେ। ପରେ ନିମାପଡା ବାରବାଟି ପଡିଆ ଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ରେ ଲୋକ ମାନଙ୍କ ସହ ମିଶିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।ତାଳବଣିଆସ୍ଥିତ ପାର୍କିଂ ପଡିଆ ଠାରେ ମିଶନ ଶକ୍ତି ମା ମାନଙ୍କ ସହ ଆଲୋଚନା କରିଥିଲେ।ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଆର୍ଥିକ ସ୍ଥିତି ରେ ଉନ୍ନତି ଆଣିବାକୁ ମିଶନ ଶକ୍ତି ର ସୃଷ୍ଟି।୭୦ ଲକ୍ଷ ରୁ ଉର୍ଦ୍ଧ୍ବ ମିଶନ ଶକ୍ତି ଗୋଷ୍ଠୀ ଆଜି ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ବୋଲି କହିବା ସହ ନିଜକୁ ଆହୁରି ସଶକ୍ତ କରିବାକୁ ସେ ମା ମାନଙ୍କୁ ଅନୁରୋଧ କରିଥିଲେ।ଶେଷ କାର୍ଯ୍ୟକ୍ରମ ଭାବେ ସତ୍ୟବାଦୀ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପଡିଆ ଠାରେ ଶ୍ରୀ ପାଣ୍ଡିଆନ ଲୋକ ମାନଙ୍କ ସହ ମିଶିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଏହି ଗସ୍ତ ସମୟରେ କ୍ରିଡା ବିଭାଗର ପ୍ରମୁଖ ସଚିବ ଭିନିଲ କ୍ରିଷ୍ଣା, କେନ୍ଦ୍ରାଞ୍ଚଳ ଆଇ ଜି ଆଶିଷ ସିଂ,ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡା କନୱର ବିଶାଲ ସିଂ,ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ଵାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ପୁରୀ ତହସିଲଦାର କ୍ଷୀରୋଦ କୁମାର ବେହେରା, ବିଡ଼ିଓ ସମ୍ବିତ କୁମାର ଶତପଥୀ,ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ବିଭିନ୍ନ ବ୍ଲକ ର ବିଡ଼ିଓ, ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ।
Related Stories
November 22, 2024