ବାରିପଦା- ଜାତି, ଧର୍ମ ନିର୍ବିଶେଷରେ ଆମେସବୁ ଭାରତୀୟ ଏବଂ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ସମ୍ବିଧାନକୁ ବଦଳାଇବାକୁ ଯେଉଁ ହୀନ ଚକ୍ରାନ୍ତ ଆରମ୍ଭ କରିଛନ୍ତି ତାହାକୁ ବିରୋଧ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା ମୁସଲିମ ସମ୍ପ୍ରଦାୟର ଜନସାଧାରଣ । ଯେଉଁଥିପାଇଁ ଆଜି ସାରା ଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାକୁ ମଧ୍ୟ ପଛାଇ ନାହିଁ ।
ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ଏଭଳି ଆଇନ ସମଗ୍ର ରାଜ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି ସେଥିରେ ତିଳେ ହେଲେ ସନ୍ଦେହ ନାହିଁ । ତେବେ କେନ୍ଦ୍ର ସରକାର ସମ୍ବିଧାନର ବିପକ୍ଷରେ ଯାଇ ଧାରା ୧୪, ୧୫, ୨୧, ୨୫ ଓ ୨୬କୁ ସମ୍ପୂର୍ଣ୍ଣ ରୂପେ ବିରୋଧ ସତ୍ୱେ ପ୍ରଣୟନ କରିଥିବାରୁ ଏହାକୁ ଦୃଢ଼ ହସ୍ତରେ ବିରୋଧ କରିବା ସହ କୁଚକ୍ରାନ୍ତ ରୋକିବାକୁ ସମସ୍ତ ଜନସାଧାରଣ ଆଗେଇ ଆସି ସହଯୋଗର ହାତ ବଢ଼ାଇବାକୁ ନିବେଦନ ଜଣାଇଛନ୍ତି ।