ବଲାଙ୍ଗିର, ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ପରିସରରେ ଆଜି ସହଯୋଗ ଫାଉଣ୍ଡେସନ ତରଫରୁ ୪୪ ତମ ନିଶୁଳ୍କ ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଗତ ୪୦୦ ରୁ ଅଧିକ ଲୋକଙ୍କ ପାଇଁ ଭାତ, ଡାଲମା, ଖଟା ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ନରେଶ କୁମାର ତଳହର ଓ ତାଙ୍କର ପରିବାର ସହଯୋଗ କରି ଖାଦ୍ୟ ବ୍ୟବସ୍ଥା କରି ଆୟୋଜକ ସଂସ୍ଥାର ସ୍ବେଚ୍ଛାସେବୀ ମାନଙ୍କ ସହିତ ମିଶି ହସ୍ପିଟାଲର ରୋଗୀ ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ ।