ବଲାଙ୍ଗିର, ଟିଟିଲାଗଡ ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା, ମାରୱାଡ଼ି ଯୁବା ମଞ୍ଚ ପ୍ରଗତି ଶାଖା ନୟା ରାୟପୁର ବାଲକୋ ମେଡିକାଲ ସେଣ୍ଟରର ସହଭାଗିତାରେ ସେପ୍ଟେମ୍ବର ୩ ତାରିଖରେ ସ୍ଥାନୀୟ ଡିଏନ୍ ରିସର୍ଟଠାରେ ଏକ ନିଶୁଳ୍କ କର୍କଟ ରୋଗ ଚିହ୍ନଟ ପରୀକ୍ଷଣ ଶିବିର ଆୟୋଜିତ ହେବ। ରବିବାର ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯିବା ସହ ଆଖପାଖ ଅଞ୍ଚଳର ଜନ ସାଧାରଣ ଏହାର ସୁଯୋଗ ନେବାକୁ ଲୋକଙ୍କୁ କୁହାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଆରୁସ ଶର୍ମା, ରାହୁଲ ଜୈନ, ଭୂପେନ ଜୈନ, ବାଲକୋ ମେଡିକାଲର ଅଧିକାରୀ ସତ୍ୟ ଆଚାର୍ଯ୍ୟ ମଞ୍ଚାସୀନ ଥିଲା ବେଳେ ଅଙ୍କୁର ଅଗ୍ରୱାଲ ସଭାକୁ ପରିଚାଳନା କରିଥିଲେ।