ବଲାଙ୍ଗିର,ଅଖିଳ ଭାରତୀୟ ଅଘରିଆ ସାମାଜ ଓଡିଶା ପ୍ରଦେଶ ନାମରେ ରାଜ୍ଯ ସରକାରଙ୍କ ତରଫରୁ ମିଳିଥିବା ଜମିକୁ ଅଗ୍ରଗାମୀ ସଂଘ ନାମକ ଏକ ଅନାମଧ୍ୟେୟ ଜାତି ଅନୁଷ୍ଠାନ ସରକାରଙ୍କ ଆଗରେ ଭୁଲ ତଥ୍ଯ ଉପସ୍ଥାପନ କରି ଉକ୍ତ ଜମିକୁ ନିଜ ଅନୁଷ୍ଠାନ ନାମରେ ଏଲୋକେଟ୍ କରିନେଇଥିବା ପରି ଏକ ଗୁରୁତର ଅଭିଯୋଗ ଆସିଛି। ଏ ସଂକ୍ରାନ୍ତରେ ଆଜି ଅଖିଳ ଭାରତୀୟ ଅଘରିଆ ସମାଜ, ଓଡିଶା ପ୍ରଦେଶ ପକ୍ଷରୁ ଏକ ପ୍ରେସ ମିଟ୍ ମାଧ୍ୟମରେ ଚଞ୍ଚକତା କରି ଜମି ନିଜ ନାଁ ରେ କରାଇ ନେଇଥିବା ଅଭିଯୋଗ କରିଛନ୍ତି। ଅଖିଳ ଭାରତୀୟ ଅଘରିଆ ସାମାଜ, ଓଡିଶା ପ୍ରଦେଶର ରାଜ୍ଯ ସଭାପତି ଦୀନବନ୍ଧୁ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମାଜର ଜିଲ୍ଲା ସଭାପତି ସୁଧାଂଶୁ ପଟେଲ, ରାଜ୍ଯ ସାଧାରଣ ସମ୍ପାଦକ ସୁରେଶ ପଟେଲ , ଗlଙ୍ଗପୁର୍ ସଭାପତି ପ୍ୟାରୀ ମୋହନ ପଟେଲ, ସୁଜନ ଅଘରିଆ ଓ ଦିଲୀପ ପଟେଲ ପ୍ରମୂଖ ମଞ୍ଚାସୀନ ଥିଲେ। ଆଗାମୀ ଦିନରେ ରାଜ୍ଯ ସରକାର ଏହା ଉପରେ ଗମ୍ଭୀରତାର ସହ ଚିନ୍ତା କରି ନିଜ ନିଷ୍ପତିରେ ପରିବର୍ତ୍ତନ କଲେ ଅଘରିଆ ସାମାଜ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ଯ ସରକାର ଭୁବନେଶ୍ଵରରେ ଅଘରିଆ ଭବନ ନିର୍ମାଣ ପାଇଁ ୫ ଏକର ଜମି ଓ ୩ କୋଟି ଟଙ୍କା ମଞ୍ଜୁରୀ ପାଇଁ ଘୋଷଣା କରିଥିଲେ। ଏହାପରେ ଭୁବନେଶ୍ବରର କିଛି ଅଘରିଆ ବ୍ଯକ୍ତି ବିଶେଷଙ୍କ ଦ୍ଵାରା ଗଠିତ ଅଗ୍ରଗାମୀ ନାମରେ ଏକ ଅନୁଷ୍ଠାନ ରାଜ୍ଯ ସରକାରଙ୍କୁ ଅଖିଳ ଭାରତୀୟ ଅଘରିଆ ସମାଜ, ଓଡିଶା ପ୍ରଦେଶ ସମ୍ପର୍କରେ ଭ୍ରମାତ୍ମକ ତଥ୍ଯ ଦେଇ ନିଜ ସଂଗଠନ ନାମରେ ଜମି ପଞ୍ଜୀକୃତ କରାଇ ନେବା ଘଟଣାକୁ ଅଖିଳ ଭାରତୀୟ ଅଘରିଆ ସମାଜ, ଓଡିଶା ପ୍ରଦେଶ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏବଂ ସରକାରଙ୍କୁ ଅନୁରୋଧ କରାଯାଇଛି ଯେଉଁ ସାମାଜ ପାଇଁ ଏହା ଦିଆଯାଇଛି ସେହି ସମାଜର ସାମୁହିକ କଲ୍ଯାଣ ଦିଗରେ ନିୟୋଜିତ କରାଯାଉ।