-
ପୂର୍ବରୁ ଏଲଏଚବି (ଲହବ) କୋଚ୍ ବଦଳରେ ତେଜସ୍ ରେକ୍ ସହିତ ନିୟମିତ ସେବା ଆରମ୍ଭ |
-
ତେଜସ୍ ରାଜଧାନୀ ଏକ୍ସପ୍ରେସ ଭାବରେ ଏହାର ନାମ ପରିବର୍ତ୍ତନ |
ତେଜସ୍ କୋଚ ସହିତ ସମ୍ବଲପୁର ମାର୍ଗ ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଉନ୍ନତ ଯୁଗ ସହିତ ଟ୍ରେନ୍ ଯାତ୍ରା ଅଭିଜ୍ଞତାର ନୂତନ ଯୁଗ ପାଇଁ ଆଧୁନିକ ସୁବିଧା ଯୋଗାଇ ଅଛି ଯାହାକି ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ଏହାର ନିୟମିତ ସେବା ଆରମ୍ଭ କରିଛି | ଆଜି (ଶନିବାର) ଠାରୁ ସମ୍ବଲପୁର ମାର୍ଗ ଦେଇ ରାଜଧାନୀ ଏକ୍ସପ୍ରେସର ପ୍ରଥମ ତେଜସ୍ ରେକ୍ ସହିତ ଏହାର ନିୟମିତ ଚଳାଚଳ ଆରମ୍ଭ କରିଛି | ଅନ୍ୟ ମାର୍ଗ ଦେଇ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ ଟ୍ରେନ ମାନଙ୍କରେ ଖୁବ ଶୀଘ୍ର ପର୍ଯ୍ୟାୟ କ୍ରମେ କିଛି ଦିନ ବ୍ୟବଧାନ ମଧ୍ୟରେ ତେଜସ ରେକ୍ସଗୁଡିକ ଖୁବ୍ ଶୀଘ୍ର ପ୍ରଚଳିତ କରାଯିବ |
ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନରୁ ସବୁଜ ପତାକା ପ୍ରଦର୍ଶନ କରାଇ ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ତେଜସ ରାଜଧାନୀ ଟ୍ରେନର ଉଦ୍ଘାଟନୀ ଚଳାଚଳକୁ ଶୁଭାରମ୍ଭ କରିଥିଲେ ଯାହାକି ଏକ ସ୍ୱତନ୍ତ୍ର ଟ୍ରେନ ଭାବେ ଚଳାଚଳ କରିଥିଲା |
ଏହି ଟ୍ରେନର ନିୟମିତ ସେବା ଆଜିଠାରୁ କେବଳ ସମ୍ବଲପୁର ସିଟି ଏବଂ ରାଉରକେଲା ମାର୍ଗ ଦେଇ ଆରମ୍ଭ ହୋଇଛି | ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ କଲ୍ୟାଣ ପଟ୍ଟନାୟକଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ନୂଆଦିଲ୍ଲୀ ଯାତ୍ରା କରିବା ପୂର୍ବରୁ ଏହି ଟ୍ରେନକୁ ଯାଞ୍ଚ କରିଥିଲେ |