ଭୁବନେଶ୍ୱର, କାଳୁପଡାଘାଟରେ ପ୍ରଶାନ୍ତି ଏକ୍ସପ୍ରେସ, ନରାଜ ମାର୍ଥାପୁରରେ ପୁରୀ-ଅଜମେର, ଯଖପୁରାରେ ଜନ ଶତାବ୍ଦୀ, ଦାମନଯୋଡିରେ ସମଲେଶ୍ୱରୀ, ମେରାମଣ୍ଡଳୀରେ ପୁରୀ-ଦୁର୍ଗ ଏବଂ ନରାଜ ମାର୍ଥାପୁର ଓ ମେରାମଣ୍ଡଳୀ ଷ୍ଟେସନରେ ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ ପରୀକ୍ଷାମୂଳକ ଭାବେ ରହଣି କରିବ |
ଯାତ୍ରୀମାନଙ୍କ ସୁବିଧା ପାଇଁ, ବିଭିନ୍ନ ଷ୍ଟେସନରେ ଉପରୋକ୍ତ ଟ୍ରେନଗୁଡିକର ପରୀକ୍ଷାମୂଳକ ରହଣି ପାଇଁ ନିଷ୍ପତ୍ତି ନିଆଯାଇଛି |
ଯଖପୁରା ଷ୍ଟେସନରେ ଜନ ଶତାବ୍ଦୀ ଏକ୍ସପ୍ରେସ :
12074/12073 ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ଯଖପୁରା ରେଳ ଷ୍ଟେସନରେ ରହଣି କରିବ | ଭୁବନେଶ୍ୱରରୁ ଏହି ଟ୍ରେନ୍ ସକାଳ 07ଘ.11ମି.ରେ ପହଞ୍ଚି 07ଘ.13ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ହାଓଡ଼ାରୁ ଆସୁଥିବା ଏହି ଟ୍ରେନ୍ ସନ୍ଧ୍ୟା 06ଘ.13ମି.ରେ ପହଞ୍ଚି 06ଘ.15ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ |
ମେରାମଣ୍ଡଳୀ ଷ୍ଟେସନ ପୁରୀ-ଦୁର୍ଗ ଓ ଭୁବନେଶ୍ୱର ରାଉରକେଲା ଏକ୍ସପ୍ରେସ :
18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ମେରାମଣ୍ଡଳୀ ରେଳ ଷ୍ଟେସନରେ ରହଣି କରିବ | ପୁରୀରୁ ଏହି ଟ୍ରେନ୍ ରାତ୍ରି 10ଘ.30ମି.ରେ ପହଞ୍ଚି 10ଘ.31ମି.ରେ ଦୁର୍ଗ ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଦୁର୍ଗରୁ ଏହି ଟ୍ରେନ୍ ଭୋର 05 ଘଟିକାରେ ପହଞ୍ଚି 05ଘ.01ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ |
22839/22840 ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ମେରାମଣ୍ଡଳୀ ରେଳ ଷ୍ଟେସନରେ ରହଣି କରିବ | ରାଉରକେଲା ଠାରୁ ଆସୁଥିବା ଏହି ଟ୍ରେନ୍ ମେରାମଣ୍ଡଳୀରେ ପୂର୍ବାହ୍ନ 10ଘ.14ମି.ରେ ପହଞ୍ଚି 10ଘ.15ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ୍ ଅପରାହ୍ନ 03ଘ.09ମି.ରେ ପହଞ୍ଚି 03ଘ.10ମି.ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ |
ଦାମନଯୋଡି ଷ୍ଟେସନରେ ସମଲେଶ୍ୱରୀ :
18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ଦାମନଯୋଡି ଷ୍ଟେସନରେ ରହଣି କରିବ | ହାଓଡ଼ାରୁ ଆସୁଥିବା ଏହି ଟ୍ରେନ୍ ଦାମନଯୋଡି ଷ୍ଟେସନରେ ସନ୍ଧ୍ୟା 06ଘ.13ମି.ରେ ପହଞ୍ଚି 06ଘ.15ମି.ରେ ଜଗଦଲପୁର ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଜଗଦଲପୁରରୁ ଏହି ଟ୍ରେନ୍ ସକାଳ 07ଘ.48ମି.ରେ ପହଞ୍ଚି 07ଘ.50ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ |
କାଳୁପଡାଘାଟ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ:
18463/18464 ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ କାଳୁପଡାଘାଟ ରେଳ ଷ୍ଟେସନରେ ରହଣି କରିବ | ଭୁବନେଶ୍ୱରରୁ ଛାଡୁଥିବା ଏହି ଟ୍ରେନ୍ କାଳୁପଡାଘାଟ ଷ୍ଟେସନରେ ସକାଳ 06ଘ.36ମି.ରେ ପହଞ୍ଚି 06ଘ.38ମି.ରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ବେଙ୍ଗାଲୁରୁରୁ ଏହି ଟ୍ରେନ୍ ସନ୍ଧ୍ୟା 05ଘ.23ମି.ରେ ପହଞ୍ଚି 05ଘ.25ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ |
ନରାଜ ମାର୍ଥାପୁର ଷ୍ଟେସନରେ ପୁରୀ-ଆଜମୀର ଓ ଭୁବନେଶ୍ୱର ରାଉରକେଲା ଏକ୍ସପ୍ରେସ :
20823/20834 ପୁରୀ-ଅଜମେର-ପୁରୀ ଏକ୍ସପ୍ରେସ ସେପ୍ଟେମ୍ବର ପହିଲା ଠାରୁ ପୁରୀରୁ ଓ ଆଜମୀର ଠାରୁ ଆସୁଥିବା ଟ୍ରେନ ସେପ୍ଟେମ୍ବର 02 ତାରିଖ ଠାରୁ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି କରିବ | ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ରାତ୍ରି 12ଘ.53ମି.ରେ ପହଞ୍ଚି 12ଘ.55ମି.ରେ ଅଜମେର ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଅଜମେରରୁ ଏହି ଟ୍ରେନ୍ ନରାଜ ଠାରେ ପୂର୍ବାହ୍ନ 11ଘ.55ମି.ରେ ପହଞ୍ଚି 11ଘ.57ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ |
22839/22840 ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି କରିବ | ରାଉରକେଲା ଠାରୁ ଏହି ଟ୍ରେନ୍ ପୂର୍ବାହ୍ନ 11ଘ.25ମି.ରେ ପହଞ୍ଚି 11ଘ.27ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ୍ ନରାଜ ଠାରେ ଅପରାହ୍ନ 02 ଘଟିକାରେ ରେ ପହଞ୍ଚି 02ଘ.02ମି.ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ |