ଗଞ୍ଜାମ,ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ଜଣେ ନାବାଳିକା ତାଙ୍କ ପ୍ରେମିକ ଘର ସମ୍ମୁଖରେ ଧାରଣା ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଏହି ନାବାଳିକା ଜଣକ ଭୁବନେଶ୍ଵରରେ ଟେଲରିଂ ଶିକ୍ଷା କରୁଥିଲେ । ସେଠାରେ ଡ୍ରୋଜର ମେସିନ ଚଳାଇବା କାର୍ଯ୍ୟରେ ନିୟୋଜିତ ଥିବା ବୁଗୁଡ଼ା ସହରର ଜଣେ ନାବାଳକ ସହ ତାଙ୍କର ପରିଚୟ ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଭୁବନେଶ୍ଵରର ଏକ ମନ୍ଦିରରେ ବିବାହ କରିଥିଲେ । କିନ୍ତୁ, ବିବାହର କିଛି ଦିନ ପରେ ପ୍ରେମିକ ନିଜ ମାଙ୍କ ଦେହ ଖରାପ ଅଛି ବୋଲି କହି ପ୍ରେମିକାକୁ କେନ୍ଦ୍ରାପଡ଼ା ପଠାଇ ଦେଇଥିଲେ । କିନ୍ତୁ, ପରେ ଆଉ ଫୋନ୍ ରିସିଭ୍ ନକରିବାରୁ ନାବାଳିକା ଜଣକ ବୁଗୁଡ଼ା ସହରକୁ ଯାଇ ପ୍ରେମିକ ଘର ସମ୍ମୁଖରେ ଧାରଣା ଦେଇଛନ୍ତି । ପରେ ପୋଲିସ ତାଙ୍କୁ ଥାନାକୁ ଡକାଇ ଏ ସମ୍ପର୍କରେ ଆଲୋଚନା କରିଛି ।
Related Stories
November 22, 2024