ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବହଲି ଗ୍ରାମରେ ଆଜି ଏକ ଟ୍ରାକ୍ଟର ଓଲଟି ପଡ଼ିଛି । ଫଳରେ ଟ୍ରାକ୍ଟରରେ ବସିଥିବା ଡ଼୍ରାଇଭର ସମେତ ତିନିଜଣ ଆହତ ହୋଇ ବଲାଙ୍ଗୀର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଆହତ ଦୁଇ ଜଣ ମନୋଜ ପୋଢ଼ ଓ ରାକେଶ ପୋଢ଼ ହୋଇଥିବା ବେଳେ ଅନ୍ୟ ଜଣକ ନାମ ଓମ୍ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଏମାନେ ଆଜି ସକାଳେ ତଳି ରୁଆ ପାଇଁ ଚାଷ ଜମି ପ୍ରସ୍ତୁତ କରିବାକୁ ଯାଉଥିଲେ । ଟ୍ରାକ୍ଟରରେ ରୋଟାଭେଟର ଲାଗିଥିଲା । ଅଣଓସାରିଆ ରାସ୍ତାରେ ଟ୍ରାକ୍ଟରଟି ଯାଉଥିବା ବେଳେ ସାମ୍ନା ପଟୁ ଏକ ସାଇକେଲ ଆସୁଥିଲା । ତେବେ ସାଇକେଲକୁ ରାସ୍ତା ଦେବାକୁ ଯାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଫଳରେ ତିନିଜଣ ଆହତ ହୋଇଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ଅଣାଯାଇଥିଲା। ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି । ବିଶେଷ ଭାବରେ ଡ଼୍ରାଇଭର ରାକେଶ ପୋଢ଼ ଗୁରୁତର ଥିବବେଳେ ଅନ୍ୟ ଦୁଇଜଣ ମଧ୍ୟ ମେଡିକାଲରେ ଚିକିତ୍ସିତ ହେଉଥିବା ପ୍ରକାଶ।