-
ରେଳ ପରିବହନ କ୍ଷେତ୍ରରେ ଓଡିଶାର ଭୂମିକା ବୃଦ୍ଧି ପାଇବ ଏବଂ ଆର୍ଥୀକ କ୍ଷେତ୍ରରେ ଓଡିଶା ଆହୁରି ସୁଦୃଢ ହେବ : ମନମୋହନ ସାମଲ
-
ଐତିହାସିକ ନିଷ୍ପତି ପାଇଁ ରାଜ୍ୟବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନକୁ ଆସିବା ପରେ ପୂର୍ବଦ୍ୟୋୟ ଭାରତର ବିକାଶକୁ ପ୍ରଧାନ୍ୟ ଦେଇ ଆସୁଛନ୍ତି ଏବଂ ଏଥି ସହ ଓଡିଶାର ବିକାଶକୁ ଅଗ୍ରାଧିକାର ଦେଉଛନ୍ତି । ବିଶେଷ ଭାବେ ରେଳବାଇ ବିକାଶ କ୍ଷେତ୍ରରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ରେଳଯାତ୍ରୀଙ୍କ ସୁବିଧା ଓ ଗମନାଗମନ ସହିତ ରେଳବାଇ ପରିବହନ ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ଗତ ୯ ବର୍ଷରେ ମୋଦି ସରକାର ଓଡିଶାକୁ ପର୍ଯ୍ୟାପ୍ତ ପରିମାଣର ଆର୍ଥୀକ ଅନୁଦାନ ଦେଇଛନ୍ତି । ଓଡିଶାର ରେଳ ଭିତିଭୂମିକୁ ଆହୁରି ସୁଦୃଢ କରିବା ଉଦ୍ଦ୍ୟେଶରେ ଏକ ଐତିହାସିକ ନିଷ୍ପତିକୁ ଗତକାଲି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଓଡିଶାରେ ଏବେ ରେଳ ନେଟ୍ୱାର୍କ ବିସ୍ତାର ହେବା ଫଳରେ ଯାତ୍ରୀ ଏବଂ ମାଲ୍ ପରିବହନ ସହଜ ହେବ । ଖଣିଜ ସଂପଦ ଭରା ଓଡିଶାର କୋଇଲା, ଇସ୍ପାତ ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ସମେତ ସାର ପରିବହନର ଗତିକୁ ବୃଦ୍ଧି କରିବା ଉଦ୍ଦ୍ୟେଶରେ ୪୧୭.୬ କିଲୋମିଟର ଲମ୍ବ ‘ନିର୍ଗୁଣ୍ଡି–ବାରଙ୍ଗ’ ଏବଂ ‘ଖୋର୍ଦ୍ଧା ରୋଡ–ବିଜୟନଗରମ୍’ ତୃତୀୟ ରେଳଲାଇନ ନିର୍ମାଣ ସକାଶେ ୫୬୧୮.୨୬ କୋଟି ଟଙ୍କା ଅନୁମୋଦନ ମିଳିଛି । ଏହା ନିର୍ମାଣ ଫଳରେ ରେଳ ପରିବହନ କ୍ଷେତ୍ରରେ ଓଡିଶାର ଭୂମିକା ବୃଦ୍ଧି ପାଇବ ଏବଂ ଆର୍ଥୀକ କ୍ଷେତ୍ରରେ ଓଡିଶା ଆହୁରି ସୁଦୃଢ ହୋଇପାରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଏହି ଅବସରରେ ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ରାଜ୍ୟବାସୀଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।