
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,୭୭ତମ ସ୍ଵାଧୀନତା ଦିବସ,ଅଗଷ୍ଟ ୧୫ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ନିର୍ଦେଶ କ୍ରମେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର,କଲିକତା ଦ୍ଵରା ଆୟୋଜିତ ଓ ପୁରୀର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଟାନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ସହଭାଗିତାରେ ଆୟୋଜିତ ହର ଘର ତିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଥିଲା । ଏହି ଶୋଭାଯାତ୍ରାର ନେତୃତ୍ଵ ନେଇଥିଲେ ପୁରୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ । ଏହି କାର୍ଯ୍ୟକ୍ରମରେ ପୁରୀର ବିଭିନ୍ନ ଅନୁଷ୍ଠାନରୁ ପ୍ରାୟ ୩୦୦ ଯୁବକ ଓ ଯୁବତୀ ଜାତୀୟ ପତକା ଧରି ଭାରତ ମାତା କି ଜୟ ଏବଂ ବନ୍ଦେ ମାତରମ ଧ୍ୱନି ଦେଇ ଶୋଭାଯାତ୍ରା ଆଗେଇ ଚାଲିଥିଲା ।