-
ରାଜ୍ୟବାସୀଙ୍କ ସମସ୍ୟାରେ ସମାଧାନ ପାଇଁ ୧୮ ଅଗଷ୍ଟରେ ରାଜ୍ୟରେ ୩୧୪ ବ୍ଲକ ଘେରଉ କରାଯିବ -କମିଟି ସଭାପତି
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସ୍ଥାନୀୟ ଇନ୍ଦିରା ଭବନ ଭିଆଇପି ରୋଡ ଠାରେ ପୁରୀ ଜିଲ୍ଲା କଂଗ୍ରେସ କମିଟିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତି ଅନୁଯାଇ ଆସନ୍ତା ୧୮/୦୮/୨୦୨୩ ଶୁକ୍ରବାର ଦିବା ୧୦ ଘଂଟିକା ସମୟରେ ରାଜ୍ୟରେ ୩୧୪ ବ୍ଲକ ରେ ବ୍ଲକ କଂଗ୍ରେସ କମିଟି ତରଫରୁ ପ୍ରତି ବ୍ଲକରେ ଘେରଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି କ୍ରମରେ ପୁରୀ ଜିଲ୍ଲାର ସମସ୍ତ ବ୍ଲକ ଅଫିସ ସମ୍ମୁଖରେ ଜିଲ୍ଲା ବ୍ଲକ କଂଗ୍ରେସ କମିଟି ତରଫରୁ ବ୍ୟାପକ ଘେରଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ବ୍ଲକ
ଅଫିସ ମାନଙ୍କରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି,ବେକାରୀ, ନାରୀନିର୍ଯାତନା,ଚାଷୀ ମାରଣ ନୀତି,ଟାଟା କମ୍ପାନୀର ଖାଉଟି ବିରୋଧ ବିଜୁଳି ନୀତି, ଏବଂ ରାଜ୍ୟ ସରକାର ୨୪ ବର୍ଷ ଶାସନ କାଳରେ ବ୍ୟାପକ ଦୁର୍ନୀତି ରେ ଲିପ୍ତ ସମସ୍ତ ବିଷୟ ଜନ ସାଧାରଣଙ୍କର ଅବଗତ କରାଯିବ ।
ଏଥି ସଙ୍ଗେ ସଙ୍ଗେ ପୁରୀ ସହରର ପ୍ରଶାସନର ସ୍ଥାଣୁ ନିରବତା ସଂପର୍କରେ ଜନ ସାଧାରଣଙ୍କୁ ଅବଗତ କରାଯିବ। ବର୍ତମାନ ଶ୍ରୀ ଜଗନ୍ନାଥ ମନ୍ଦିରର ୪ ଦ୍ଵାର ଖୋଲାନଯିବା,ବାରମ୍ବାର ଦାବି ସତ୍ତ୍ବେ ଶ୍ରୀ ମନ୍ଦିରର ରତ୍ନ ଭଣ୍ଡାର ଖୋଲାଯାଉନାହିଁ । ଏହା କ’ଣ ପାଇଁ
ବନ୍ଦ ରହିଛି ତାହା ରାଜ୍ୟସରକାର ସ୍ପଷ୍ଟ କରି ଦିଅନ୍ତୁ । ରାଜ୍ୟ ସମସ୍ତ ମୁନିସିପାଲିଟି ନିର୍ବାଚନ
ସରିଯାଇଥିବା ବେଳେ ପୁରୀ ସହରର ମୁନିସପାଲଟିକୁ କାହିଁକି ଆଜି ପର୍ଯ୍ୟନ୍ତ ନିର୍ବାଚନ କରାଯାଉନାହିଁ ତାହାର ଉତ୍ତର ଆମେ ରାଜ୍ୟ ସରକାରଙ୍କ ଠାରୁ ମାଗୁଛୁ | ଏଭଳି ଅନେକ ସମସ୍ୟା ନେଇ ଘେରାଉ କରାଯିବ ବୋଲି ପୁରୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଜୟ ନାରାୟଣ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି |ଏହି ସମ୍ମିଳନୀରେ ସରସ୍ବତୀ ପାତ୍ର, ବିନାୟକ ଦାସ ମହାପାତ୍ର, ଅବିନାଶ ମିଶ୍ର,ବିଶ୍ଵକେଶନ ହରିଚନ୍ଦନ ମହାପାତ୍ର, ବିଦ୍ୟୁତ ଲତା ଆଚାର୍ଯ୍ୟ,ଅମରେନ୍ଦ୍ର ପାଇକରାୟ, ଆଲୋକ ଦାଶ, ସୁକାନ୍ତ ପଣ୍ଡାଙ୍କ ସମେତ କମିଟି ର ଅନ୍ୟ ସଦସ୍ୟ ମନେ ଉପସ୍ଥିତ ଥିଲେ |