
ଦେଶର ୭୭ତମ ସ୍ଵାଧୀନତା ଦିବସ ଅବସରରେ ପୁରୀ ମଙ୍ଗଳାଘାଟ ସ୍ଥିତ ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ଠାରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ନ୍ୟାୟାଳୟର ଅତିରିକ୍ତ ସରକାରୀ ଓକିଲ ଶ୍ରୀଯୁକ୍ତ ଉମାକାନ୍ତ ଦାଶ୍ ଏବଂ ମୁଖ୍ୟ ବକ୍ତା ଭାବେ ପୁରୀ ଜିଲ୍ଲା ବସେଳି ସାହି ଥାନାର ଉପ ଭାର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବୁଦ୍ଧରାୟ ମାଝୀ ଯୋଗ ଦାନ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟ ର ସଭାପତି ଆଇନ ଜିବୀ ଦୀପକ ପଣ୍ଡା ପରିଚାଳନା କରି ଆଜିର ଯୁବ ପିଢ଼ିକୁ ଦେଶ ପାଇଁ ଆତ୍ମୀୟତା ଭାବ ଜାଗୃତ କରି ସମାଜ ପାଇଁ ନିଃଶ୍ବାର୍ଥ ଭାବ ରଖି କାମ କରିବା ପାଇଁ ଉଦବୋଧନ ଦେଇ ଥିଲେ। ସଭାର ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ନିଜ ବକ୍ତୃତାରେ ସ୍ବାଧୀନତାର ମହତ୍ତ୍ଵ ବିଷୟରେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ମୁଖ୍ୟ କର୍ମକର୍ତ୍ତା ଭଗବାନ ପଢ଼ିହାରିଙ୍କ ଅଧ୍ୟକ୍ଷତାରେ ଶାଗରିକା ପଣ୍ଡା, ମଦନ ମୋହନ ହୋତା , ମଧୁସ୍ମିତା ମହାନ୍ତି, ସରୋଜକାନ୍ତ ମିଶ୍ର, ସାଗର ପାତ୍ର, ଶାଶ୍ଵତୀ ହୋତା , ରଞ୍ଜନ ଭୋଇ, କିଶନ ଓଝା, ହରେକୃଷ୍ଣ ଘଟୁଆରି ଏବଂ ଅନ୍ୟ ସଦସ୍ୟ ସଦସ୍ୟା ପ୍ରମୁଖ କାର୍ଯ୍ୟକ୍ରମ ଟିକୁ ଖୁବ୍ ସୁନ୍ଦର ଭାବେ ସମ୍ପାଦନ କରି ଥିଲେ। ଦେଶର ମହାନ୍ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନକୁ କେବେ ଭୁଲି ନ ଯିବା ପାଇଁ ସମସ୍ତଙ୍କୁ ଆହ୍ବାନ କରି ସଂଘର ମୁଖ୍ୟ ସମ୍ପାଦିକା ଗିରିଜା ମଞ୍ଜରୀ ପଣ୍ଡା ସମସ୍ତ ଅତିଥି ଏବଂ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଧନ୍ୟବାଦ ଜ୍ଞାପନ କରି ଥିଲେ।