
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଅଠରନଳାସ୍ଥିତ ଭଗବତୀ ବିଦ୍ୟା ନିକେତନ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ପ୍ରାଣକୃଷ୍ଣ ମହାପାତ୍ର ଜାତୀୟ ପତାକା ଉତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ସାହିତ୍ୟିକ ପ୍ରଭାତ ଚନ୍ଦ୍ର ରଥ, ମୁଖ୍ୟ ଅତିଥି, ଶିକ୍ଷାବିତ୍ ସତ୍ୟବାଦୀ ମିଶ୍ର, ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ ବିଶିଷ୍ଠ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ସଂପାଦକ ମହେନ୍ଦ୍ର ବିଶୋଇ, ସହସଂପାଦକ ଲକ୍ଷ୍ମୀଧର ମାଝୀ, ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା କୁମାରୀ ଦେଈ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଲୋଗୋ ଉନ୍ମୋଚିତ ହୋଇଥିଲା । ଅତିଥିମାନେ ବୀର ସହିଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ସ୍ୱାଧୀନତା ଦିବସର ମହତ୍ୱ ସଂପର୍କରେ ଉଦ୍ବୋଧନ ଦେଇଥିଲେ ।