ଭୁବନେଶ୍ୱର, ଆଗାମୀ ଅଗଷ୍ଟ 18 ବେଳକୁ ବଙ୍ଗୋପ ସାଗରରେ ପୁଣି ଥରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
କେନ୍ଦ୍ର ପକ୍ଷରୁ ଏ ସମ୍ପର୍କରେ ଟ୍ୱିଟ କରି କୁହା ଯାଇଛି ଯେ. ଉତର-ପୂର୍ବ ତତ-ସଂଲଗ୍ନ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୪.୫ ରୁ ୭.୬କିମି ଉଚ୍ଚତା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳର ଆଗାମୀ ୧୮ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି ।