
ବଲାଙ୍ଗିର, ବଲାଙ୍ଗିର ତାଲପାଲିପଡା ସ୍ଥିତ ଡ.ବି.ଆର.ଆମ୍ବେଦକର ପାଠାଗାର ଠାରେ ୭୭ତମ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ମୁଖ୍ୟ ଅତିଥି ଭାବେ ଡ.ଅର୍ଜୁନ ମୁଗ୍ରୀ ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ଓ ଗୁରୁଶ୍ରୀ ଯୋନାଥନ ଶ୍ରୀଚୈାହାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରମୋଦ କୁମ୍ଭାରଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ଅନ୍ୟତମ ଉପଦେଷ୍ଟା କ୍ରନ୍ତିଲାଲ ମୁଗ୍ରି ଉଦ୍ବୋଧନ ଦେଇଥିଲେ । ସଭାକୁ ପରିଚାଳନା କରିଥିଲେ ସଂପାଦକ ବିପିନ ନନ୍ଦ ଓ ଅର୍ଜୁନ ନାଏକ, ଜଗୁ ମହାନନ୍ଦ, ସେଥନ ଶ୍ରୀଚୈାହାନ, କୁନୁ ନନ୍ଦ, ଶୁଭ୍ରାଂଶୁ ନନ୍ଦ, ଗିଲୁ ତାଣ୍ଡି, ଯଶଶ୍ୱିନି ଶ୍ରୀଚୈାହାନ ଓ ଲଳିତା ଦିପ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠିତ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବକ୍ତୃତାରେ ପ୍ରଥମ ହୋଇଥିଲେ ଖ୍ରୀଷ୍ଟ ଯୋହନ ବାଗ, ଦ୍ୱିତୀୟ ମିଳନ ପଟେଲ, ତୃତୀୟ ଅର୍ଣ୍ଣବ କୁମ୍ଭାର ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ ବିଶ୍ୱଜିତ ସୁନା, ଦ୍ୱିତୀୟ ଆରାଧ୍ୟା ନନ୍ଦ ଓ ତୃତୀୟ କରିଶ୍ମା ସାହୁ । ଏହାକୁ ପରିଚାଳନା କରିଥିଲେ କୁମାରୀ ବାସବା ଶ୍ରୀଚୈାହାନ, ଝରଣା ନାଗ ଓ ସ୍ୱେତାରାନି ଶ୍ରୀ ଚୈାହାନ । ଶେଷରେ ପାଠାଗାର ର କୋଷାଧ୍ୟକ୍ଷ ପବିତ୍ର ନାଗ ଧନ୍ୟବାଦ ଜ୍ଞାପନ କରିଥିଲେ ଓ ଶତାଧିକ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ସହିତ ନଗର ପରିକ୍ରମା କରାଯାଇଥିଲା ।