
ମାଲକାନଗିରି, ଆଞ୍ଚଳିକ ସ୍ବାସ୍ଥ୍ୟସେବା ସଂଗଠନ , ମାଲକାନଗିରି ଜିଲ୍ଲା ତରଫରୁ ଶ୍ରୀ ଶ୍ରୀ ହରିଗୁରୁ ଆଶ୍ରମ ଏମ.ଭି-୯୦ ଠାରେ ୭୭ତମ ସ୍ବାଧିନତା ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ଡ଼ା ଦେବଦାସ ସାମନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ!ସମ୍ମାନୀୟ ଅତିଥି ଭାବରେ ଡ଼ା ଆକାଶ ସର୍ଦ୍ଦାର ଓ ସଂମ୍ମାନିତ ଅତିଥି ଭାବରେ ନୀରଜା ହସ୍ପିଟାଲ ର ପରିଚାଳକ ଡ଼ା ଶ୍ରୀକାନ୍ତ ରେଡ୍ଡୀ (ଶିଶୁ ବିଶେଷଜ୍ଞ) ଯୋଗଦାନ କରିଥିଲେ।ପତାକା ଉତ୍ତୋଳନ ପରେ ଆଶ୍ରମ ପ୍ରାଙ୍ଗଣରେ ୭୭ଟି ବୃକ୍ଷରୋପଣ କରାଯାଇଥିଲା!ଏଥିସହ ସଂଗ ଠନର ବୈଠକ କରାଯାଇଥିଲା ଏଥିରେ ସଙ୍ଗଠନ ସଭାପତି ଭବାନୀ ଶଙ୍କର ମୁଖାର୍ଜୀ ସଭାପତିତ୍ବ କରିଥିବା ବେଳେ ସାଧାରଣ ସମ୍ପାଦକ ଗୌତମ ଚନ୍ଦ୍ର ମିସ୍ତ୍ରୀ ସଭା ପରିଚାଳନା କରିଥିଲେ!ଏଥିରେ ଉପଦେଷ୍ଟା ମଣ୍ଡଳୀ ର ଶତଦଳ ମଣ୍ଡଳ, ମଣିନ୍ଦ୍ରନାଥ ଗୋଲଦାର, କାର୍ତ୍ତିକ ମଣ୍ଡଳ, କୋଷାଧ୍ୟକ୍ଷ ନିକୁଞ୍ଜ ବାହାଦୁର ତଥା ସଙ୍ଗଠନର ପ୍ରାୟ ୬୦ ଜଣ ସଦସ୍ୟ ଉପସ୍ଥିତ ଥିଲେ।ଏଥି ପୂର୍ବରୁ ଆଞ୍ଚଳିକ ସ୍ବାସ୍ଥ୍ୟସେବା ସଂଗ ଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର କରାଯାଇଛି!