ନୂଆଦିଲ୍ଲୀ, ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ଜବରଦଖଲ ବିରୋଧୀ ଅଭିଯାନ ଉପରେ 10 ଦିନ ପାଇଁ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏନେଇ ରେଲୱେକୁ ନୋଟିସ ଜାରି କରାଯାଇଥିବା ବେଳେ ସପ୍ତାହେ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ରେଳଲାଇନ୍ କଡରେ କିଛି ଲୋକ ଜବରଦଖଲ କରି ରହୁଥିବା ବେଳେ ରେଲୱେ ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଛି । ଅଗଷ୍ଟ 14ତାରିଖଦିନ ରେଲୱେ ପକ୍ଷରୁ ଜବରଦଖଲ ସ୍ଥାନରେ ଜେସିବି ଲଗାଇ ଘର ଭଙ୍ଗାଯାଇଥିଲା । ତେବେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ଏଠାରେ ଶହେ ବର୍ଷରୁ ଅଧିକ ସମୟ ଧରି ଲୋକ ରହୁଛନ୍ତି । ତେଣୁ ଏଠାରେ ଉଚ୍ଛେଦ ଅଭିଯାନକୁ ରୋକିବା ପାଇଁ ଦାବି ହୋଇଛି । ପିଟିସନରେ ଆହୁରି କୁହାଯାଇଛି ଯେ, ରେଲୱେ ପକ୍ଷରୁ ପୂର୍ବରୁ ଜବରଦଖଲ ହଟାଯାଇଥିବା ବେଳେ ଏବେ କେବଳ 70/80 ଘର ରହିଛି । ତେଣୁ ଏଗୁଡିକୁ ଭଙ୍ଗାନଯାଉ ବୋଲି ଆବେଦନ କରାଯାଇଛି ।