
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଦେଶ ୭୭ ତମ ସ୍ୱାଧୀନତା ଦିବସ ପାଳନ କଲାବେଳେ ଦେଶ ବାସୀ ଙ୍କ ଆଗରେ ବେକାରୀ, ଦରବୃଦ୍ଧି,ଭୁକମାରୀ, ପୃଷ୍ଟିହୀନତା, ସ୍ୱାସ୍ଥ୍ୟ ସମସ୍ୟା, ଧର୍ମ ଜନିତ ବିବାଦ ଭଳି ବହୁବିଧ ସମସ୍ୟା ଠିଆ ହୋଇଛି |ସେପଟେ ବିଗତ 10ବର୍ଷ ରେ ବିଜେପି/ ଆର ଏସ ଏସ ଦେଶ ର ସମ୍ବିଧାନ ପ୍ରଦତ୍ତ ଅଧିକାର କୁ ଭୁଲୁଣ୍ଠିତ କରିଛି |ଗଣତନ୍ତ୍ର, ଧର୍ମ ନିରପେକ୍ଷତା, ସାମାଜିକ ନ୍ୟାୟ, ଆର୍ଥିକ ସର୍ବଭୌମତ୍ତ୍ୱ, ଓ ସଂଘୀୟ ଢାଞ୍ଚା କୁ ଦ୍ରୁବଳ କରି ଚାଲିଛି |ସାମ୍ବିଧାନିକ ସଂସ୍ଥା ଇଡି, ସି ବି ଆଇ, ନିର୍ବାଚନ କମିଶନ, ବିଚାର ବ୍ୟବସ୍ଥା କୁ ନିଜ ସୁବିଧା ପାଇଁ ବିଜେପି ବ୍ୟବହାର କରୁଛି |କର୍ପୋରେଟ, ପୁଞ୍ଜିପତି ଓ ଘରୋଇ ମାଲିକ ଙ୍କ ଲୁଟ ପାଇଁ ଦେଶ ର ସମ୍ପଦ କୁ ଖୋଲି ଦେଇଛି |ସଂସଦ ରେ ବିନା ବିତର୍କ ରେ ଜନ ବିରୋଧୀ ନୀତି କୁ ବିଲ ମାଧ୍ୟମ ରେ ପାରିତ କରୁଛି ମୋଦୀ ସରକାର | ରାଜ୍ୟ ମାନଙ୍କ ସଂଘୀୟ ଢାଞ୍ଚା ଅଧିକାର କୁ କ୍ଷୁର୍ଣ୍ଣ କରୁଛି | ତେଣୁ ଦେଶ ବଞ୍ଚାଓ ଓ ସମ୍ବିଧାନ ବଞ୍ଚାଓ ନାରା ଦେଇଛି ସି ଆଇ ଟି ୟୁ, କୃଷକ ସଭା ଓ କ୍ଷେତ ମୁଲିଆ ୟୁନିଅନ |ପୁରୀ ବଡଦାଣ୍ଡ ରେ ସାମୁହିକ ରାତ୍ରି ଜାଗରଣ କରି ସଭା ରେ ଶରତ କୁମାର ରାୟଗୁରୁ,
ଜଗନ୍ନାଥ ଦେଓ, ବନବାସିନୀ ମହାପାତ୍ର, ପୀତବାସ ବେହେରା, ଟୁନା ନାୟକ, ମନୋରଞ୍ଜନ ମହାରଣା, ପ୍ରମୁଖ ବକ୍ତ୍ୟବ୍ୟ ରଖି ଥିଲେ | ମୋଦୀ ସରକାର ହଟିଲେ ଦେଶ ର ସମ୍ବିଧାନ ସୁ ରକ୍ଷିତ ରହିବ ଏଥି ପାଈଁ ଶ୍ରମିକ କୃଷକ କ୍ଷେତ ମୁଲିଆ, ଛାତ୍ର ଯୁବକ ଐକ୍ୟ ବଦ୍ଧ ହେବା ପାଇଁ କହିଥିଲେ |