-
ଆମ୍ ଆଦ୍ମୀ ପାର୍ଟି ୟୁଥ୍ ୱିଙ୍ଗର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଦୀର୍ଘ ଛଅ ମାସରୁ ଉର୍ଦ୍ଧ ହେବ ଫେବର୍ ବ୍ଲକ୍ ରାସ୍ତା ଦୁର୍ନୀତି ଉପରେ ଆମ୍ ଆଦ୍ମୀ ପାର୍ଟି ୟୁଥ୍ ୱିଙ୍ଗ ଜିଲ୍ଲାପାଳ ଏବଂ ପୌରପାଳିକା ଅଧିକାରୀଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ ଆମ୍ ଆଦ୍ମୀ ପାର୍ଟି ୟୁଥ୍ ୱିଙ୍ଗ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି |ଏହା ଜିଲ୍ଲା ଯୁବ ସମ୍ପାଦକ ଜନ୍ମଜୟ ଜେନା କହିଛନ୍ତି । ଟାଉନ୍ ହଲ୍ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଆପ୍ ୟୁଥ୍ ୱିଙ୍ଗ କରିଥିଲା । ଘେରାଉ ବେଳେ ମେଡିକାଲ ଛକ ଠାରୁ ସମୁଦ୍ର କୁଳ ରାସ୍ତା ପ୍ରଭାବିତ ହୋଇଥିଲା । ଆନ୍ଦୋଳନ ଯୋଗୁଁ ପୁରୀରେ ପ୍ରାୟ ୩ଘଣ୍ଟା ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଫେବର୍ ବ୍ଲକ୍ ରାସ୍ତା ର ନିର୍ମାଣର ଯୋଉ ଉଦ୍ଦେଶ୍ୟ ଥିଲା ଭୂତଳ ଜଳ ସଂରକ୍ଷଣ ଏବଂ ରାସ୍ତା ନିର୍ମାଣ ର ନିୟମ ତାକୁ ନମାନି ପୁରୀ ଜିଲ୍ଲାରେ ବିଭିନ୍ନ କଂକ୍ରିଟ ରାସ୍ତା ଉପରେ କେବଳ ବାଲି ପକେଇ ଫେବର୍ ବ୍ଲକ୍ ରାସ୍ତା ନିର୍ମାଣ ହୋଇଛି । ରାସ୍ତା କାମରେ ଦୁର୍ନୀତି ଏବଂ ଅନିମୀୟତତା ପାଇଁ ରାସ୍ତା କାମ ବର୍ଷେ ନପୁରୁଣୁ ଖରାପ ହୋଇଯାଇଛି ଏହାର ଯଥାଶୀଘ୍ର ତଦନ୍ତ ଦାବି କରିଛନ୍ତି ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ ।
ପୁରୀ ପାଇଁ ଆସୁଥିବା ଟଙ୍କାକୁ ବିଭିନ୍ନ ଯୋଜନା ମାଧ୍ୟମରେ ଟଙ୍କାକୁ ଏହିଭଳି ଖରାପ ରାସ୍ତା କରି ଟଙ୍କାକୁ ବାଟମାରଣା କରିବାକୁ ସରକାରୀ ଅଧିକାରୀ ସଂପୃକ୍ତ ଥିବା ଜିଲ୍ଲା ଯୁବ ଉପସଭାପତି ସୁଧାଂଶୁ ଶେଖର ନାୟକ ଅଭିଯୋଗ କରିଛନ୍ତି। ପୁରୀ ପୌରପାଳିକାର ନିର୍ବାଚନ ହୋଇନଥିବାରୁ ନିର୍ବାଚନ ପ୍ରତିନିଧି ନଥିବାରୁ ଜିଲ୍ଲାପାଳ ନିଜେ ଏହା ମୁଖ୍ୟ ଭାବେ ଅଛନ୍ତି ତେଣୁ ପୁରୀ ରେ ଯାହାବି କାମ ହଉଛି ତାହା ଜିଲ୍ଲାପାଳଙ୍କ ତତ୍ତଵାବଧାନରେ ହେଉଥିବ । ତେବେ ଏଭଳି ଅନିମୀୟତତା କଣ ଜିଲ୍ଲାପାଳ ଜାଣିନାହାନ୍ତି ? ଯଦି ଜାଣି ନାହାନ୍ତି ତେବେ ଆପ୍ ବାରମ୍ବାର ଆଖି ଆଗକୁ ଆଣିଲା ପରେ ମଧ୍ୟ କାହିଁକି ଆଖି ବନ୍ଦ କରି ବସିଛନ୍ତି ବୋଲି ଶ୍ରୀଯୁକ୍ତ ଶତପଥୀ ପ୍ରଶ୍ନ କରିଛନ୍ତି ।ଚକ୍ରତିର୍ଥ ରାସ୍ତା ପାଇଁ ଜିଲ୍ଲାପାଳ ସ୍ଵରେଜ୍ କାମକୁ ଦାୟୀ କରିଥିଲେ ତେବେ ପୁରୀ ସହରରେ ସବୁ ଆଡେ ସ୍ଵରେଜ କାମ ହୋଇଛି ତେବେ ସବୁ ରାସ୍ତା କଣ ବିପଦପୂର୍ଣ୍ଣ ? ତାର ତଦାରଖ ସରକାର କରିବେ ନା ଜନତା ବୋଲି ଶ୍ରୀଯୁକ୍ତ ଶତପଥୀ ପ୍ରଶ୍ନ କରିଛନ୍ତି ।ପୁରୀକୁ ଦୁର୍ନୀତି ମୁକ୍ତ ସହର ପାଇଁ ଆପ୍ ର ପ୍ରୟାସ ଲାଗିରହିବ ।ଆଜି ପୁରୀ ବାସୀ ରାଜନୈତିକ ଦଳ ଜାଣିଲା ପରେ ମଧ୍ୟ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି । ଆଜି ଆରମ୍ଭ ଆଗକୁ ଯଦି ପୁରୀ ଜିଲ୍ଲାପାଳ ଏହାର ଉପଯୁକ୍ତ ତଦନ୍ତ ସହ ଫେବର୍ ବ୍ଲକ୍ କାହିଁକି ନିୟମ ମାନି ନିର୍ମାଣ ହୋଇନି ଉତ୍ତର ନଦିଅନ୍ତି ଆଗକୁ ଏହା ଆନ୍ଦୋଳନ ରୂପ ନେବ ଏବଂ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏହା ଦେଖିବେ ବୋଲି ଯୁବ ସଂଗଠକ ସୁନିଲ୍ ଜେନା କହିଛନ୍ତି। ଦୀର୍ଘ ୩ଘଣ୍ଟା ଆନ୍ଦୋଳନ ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଆନ୍ଦୋଳନ ସ୍ଥଳକୁ ଆସି ବୁଝେଇବା ସହ ସୋମବାର ଦିନ ୟୁଥ୍ ଟିମ୍ ର ଏକ ପ୍ରତିନିଧି ମଣ୍ଡଳ ଡାକି ଜିଲ୍ଲାପାଳଙ୍କ ଉପସ୍ଥିତ ରେ ଆଲୋଚନା ସହ ତଦନ୍ତ ନିର୍ଦ୍ଦେଶ ଦେବାର ପ୍ରତିଶୃତି ପରେ ଆପ୍ ୟୁଥ୍ ୱିଙ୍ଗ ଆନ୍ଦୋଳନରୁ ଓହରିଥିଲା ।ଏହି କାର୍ଯ୍ୟକ୍ରମରେ ୟୁଥ୍ ୱିଙ୍ଗ ର ଶତାଧିକ ଯୁବ ସଦସ୍ୟ ଯୋଗଦେଇଥିଲେ ।