
ପୁରୀ, ୭୭ତମ ସ୍ୱାଧୀନତା ଦିବସ ଅବସରରେ ଅଠରନଳା ସ୍ଥିତ ଭଗବତୀ ବିଦ୍ୟା ନିକେତନ ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଦେଶ ବନ୍ଦନା ଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଦେଶପ୍ରେମ ଭକ୍ତି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୨୨୯ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ବରିଷ୍ଠ ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ବିଦ୍ୟାଳୟ ସଂପାଦକ ମହେନ୍ଦ୍ର ବିଶୋଇ, ସହସଂପାଦକ ଲକ୍ଷ୍ମୀଧର ମାଝୀ, ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା କୁମାରୀ ଦେଈ ଉପସ୍ଥିତ ଥିଲେ । ଶିକ୍ଷାମୁକୁଳ ଠାରୁ ସପ୍ତମ ଶ୍ରେଣୀ ବିଦ୍ୟାର୍ଥୀ ମାନେ ସୁଲଳିତ କଣ୍ଠରେ ଦେଶ ବନ୍ଦନା ଗାନ କରିଥିଲେ । ବିଶିଷ୍ଠ ଗୀତିକାର ବିଜୟ କୁମାର ପଣ୍ଡା, ଲିଙ୍ଗରାଜ କଳାନିକେତନର ସଂପାଦକ ଗୁରୁ ଜଗନ୍ନାଥ ମିଶ୍ର, ସଂଗୀତ ନିର୍ଦ୍ଦେଶକ ଡାକ୍ତର ବିକ୍ରମ ଦାସ, କଳା ଶିକ୍ଷୟିତ୍ରୀ କୁନି ସାହୁ, ସଂଗୀତଶିଳ୍ପୀ ସୁକାନ୍ତ ପତି, ମଞ୍ଜୁଶ୍ରୀ ମିଶ୍ର, ସୁଜାତା ତରାଇ, ଜଗନ୍ନାଥ ମହାପାତ୍ର ପ୍ରମୁଖ ବିଚାରକ ରୂପେ ଯୋଗ ଦେଇ ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଲୋଗୋ ଉନ୍ମୋଚିତ ହୋଇଥିଲା । ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।