
ଭୁବନେଶ୍ୱର, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମଙ୍କ ଆବାହ୍ୱକତରେ ୭୭ ତମ ସ୍ୱାଧୀନତା ଦିବସ ୟୁନିଟ-୮ନମ୍ବର ରେ ପାଳିତ ହୋଇଯାଇଛି । ଅଖିଳ ଭାରତ ଯୁବ କଂଗ୍ରେସର ମାନ୍ୟବର ସଭାପତି ବିଭି ଶ୍ରୀନିବାସଙ୍କ ନିଷ୍ପତିକ୍ରମେ ଆଜିର ପତାକା ମହିଳାମାନଙ୍କ ଦ୍ୱାରା ଉତୋଳନ କରାଯାଇଥିଲା । ଶ୍ରୀମତୀ ପୁଷ୍ପିତା ଦାସ ପତାକା ଉତୋଳନ କରିଥିଲେ । ଯୁବ କଂଗ୍ରେସର ଶକ୍ତି ସୁପର ସି କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ମହିଳାମାନଙ୍କର ଅଧିକାର ଏବଂ ପ୍ରାପ୍ୟ ପ୍ରାପ୍ତି ଦିଗରେ ଯୁବ କଂଗ୍ରେସ ନିଷ୍ଠାର ସହ କାର୍ଯ୍ୟକରିବ ବୋଲି ସଂକଳ୍ପ ନିଆଯାଇଥିଲା । ଭାରତର ସ୍ୱାଧୀନତା ପାଇଁ ନିଜୁ ଜୀବନକୁ ଉତ୍ସର୍ଗ କରିଥିବା ଜାତିର ଜନକ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସୁଭାଷ ବୋଷ, ବଲ୍ଲଭ ଭାଇ ପଟେଲ ଏବଂ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନରେ ସମସ୍ତେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ରାଜ୍ୟ ଓ ଦେଶର ନିଶ୍ଚୟ ପ୍ରଗତି ହୋଇପାରିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଦେଶରେ ଆଜି ଯେଉଁ ସଂଗୀନ ପରିସ୍ଥିତି ହୋଇଛି ଏବଂ ସାଧାରଣ ଜନତା ବଂଚିବା ପାଇଁ କଷ୍ଟକର ହୋଇପଡ଼ିଛି ତାହା ବିରୁଦ୍ଧରେ ସଂଗ୍ରାମ କରିବାପାଇଁ ସମସ୍ତେ ଏକଜୁଟ ହେବା ଉଚିତ । ବେକାରୀ, ଦରଦାମ ବୃଦ୍ଧି, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ନିଷ୍ଠାର ସହ ଲଢ଼େ କରିବାପାଇଁ ଆଜି ସଂକଳ୍ପ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଯୁବ କଂଗ୍ରେସର ସଭାପତି ପ୍ରାର୍ଥୀ ରଣଜିତ ପାତ୍ର, ପିସିସି ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ଅଜୟ ସାହୁ, ସଂକୁନା କହଁର, ନିହାର ବେହେରା, ସୁରଜ ରାଉତ, ବିରଂଚି ବାରିକ, ସୁନିଲ ମାଟିଆ, ରାଜଲକ୍ଷ୍ମୀ ସାହୁ, ଅପର୍ଣ୍ଣା ଦାସ, ସମୀର ରାଉତ, ରାଜେଶ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।