ନୂଆଦିଲ୍ଲୀ, ମଣିପୁର ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି ଏବଂ ସେଠାରେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେବ ବୋଲି ୭୭ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲାରୁ କହିଛନ୍ତି ।
ସେ କହିଛନ୍ତି, ମଣିପୁରରେ କିଛି ଦିନ ହେଲା ଅଶାନ୍ତି, ହିଂସା ଜାରି ରହିଛି ଏବଂ ମହିଳାଙ୍କ ମର୍ଯ୍ୟାଦା ଉପରେ ଆକ୍ରମଣ ହେଉଥିବା ଖବର ଆସୁଛି । ମଣିପୁର ଲୋକ ଗତ କିଛି ସମୟ ଧରି ଶାନ୍ତି ବଜାୟ ରଖିଛନ୍ତି ଏବଂ ସେମାନେ ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ସେ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ‘ରାଜ୍ୟ ଓ କେନ୍ଦ୍ର ସରକାର ସେହି ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ମିଳିମିଶି କାମ କରୁଛନ୍ତି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ’ ।