କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଗୁରୁଙ୍କ ପଥ ପ୍ରଦର୍ଶନ ରେ ମଣିଷ ଆଲୋକ ଦେଖେ।ଗୁରୁଙ୍କ ନମ୍ରତା ଓ ଆତ୍ମୀୟତା ରେ ଶିକ୍ଷା ଶୃଙ୍ଖଳିତ ହୁଏ। ସାରସ୍ବତ ସାଧନା ପାଇଁ ସେ ସିଦ୍ଧି ଖୋଜେ।ସିଦ୍ଧି ରେ ମିଳେ ସାରସ୍ଵତ ସଫଳତା। ଏସବୁ ମିଳେ ଗୁରୁ ଆଶୀର୍ବାଦ ରେ।ସେପରି ଜଣେ ଗୁରୁ, ସାରସ୍ବତ ସାଧକ,ଜୀବନୀ ଓ ସୃଜନୀ ର ସ୍ବାକ୍ଷର ଡକ୍ଟର ବଳରାମ ଦାସ। ଜଣେ ଶିକ୍ଷାବିତ୍,କବି, ଗୀତିକାର ଓ ମାର୍ଗଦର୍ଶକ ଯେ ନିରବ ମଣିଷଟିଏ ହୋଇପାରେ, ଏହାହିଁ ବିସ୍ମୟ। ସର୍ବୋଦୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ପୁରୀ ପୌରସଦନ ପରିସର ରେ ପଲ୍ଲୀପ୍ରାଣ ଆର୍ତ୍ତତ୍ରାଣ ମାନସିଂହଙ୍କ ସଭାପତିତ୍ବ ଓ କବି ଇଂ.ମୀନକେତନ ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଉତ୍କଳ ପ୍ରସଙ୍ଗ ର ପ୍ରାକ୍ତନ ସଂପାଦକ ସାହିତ୍ୟିକ ଗୁରୁକଲ୍ୟାଣ ମହାପାତ୍ର ଉଦଘାଟନ କରିଥିବା ସମୟରେ ପ୍ରଫେସର ଉଦୟନାଥ ସାହୁ, ପ୍ରଫେସର ହରପ୍ରସାଦ ମିଶ୍ର ଓ ଡକ୍ଟର ଦିଲ୍ଲୀପ ସ୍ବାଇଁ ଯୋଗଦେଇ କବି ଡଃ ବଳରାମ ଦାସଙ୍କ ସାରସ୍ବତ ସାଧନା ର ଗଭୀରତା ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଗୀତିକାର ବଦ୍ରି ମିଶ୍ର,ଶିଶୁକବି ବୀରେନ୍ଦ୍ର ମହାନ୍ତି, ଚାରୁବାଳା ଦାଶ,କୃଷ୍ଣଚନ୍ଦ୍ର ରଥ,ମାନସ ଦାଶ, ରବିନ୍ଦ୍ର ପଟ୍ଟନାୟକ, ଡଃ ଅଦୈତ ଧଳ, ଭଗବାନ ଦାସ, ରାଜକିଶୋର ମିଶ୍ର, ମହେନ୍ଦ୍ର ବିଶୋଇ,ସୁଵାସିନୀ ଧଳ….ଡଃ ଦାସଙ୍କ ନମ୍ରତା ଓ ଆତ୍ମୀୟତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଉମାକାନ୍ତ ମହାପାତ୍ରଙ୍କ ସଂପାଦିତ ସ୍ମରଣିକା,”ନିରବତା ର ସ୍ବର-ଡଃ ବଳରାମ ଦାସ”କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପରେପରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଓଡ଼ିଆ ସାହିତ୍ୟ ସଂସ୍କୃତି ପରିଷଦ, ଗୁଣ୍ଡିଚା ବିହାର ଉନ୍ନୟନ ପରିଷଦ, ପୁରୀ ଜିଲ୍ଲା ଲେଖକ ସହଯୋଗ ସମିତି,ଅନ୍ନେଷିତା,ଭଗବତୀ ଵିଦ୍ୟା ନିକେତନ,ଶ୍ରୀପର୍ଣ୍ଣା ପ୍ରକାଶିନୀ,ସୁଲେଖା, ବର୍ଷା, ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦ, ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ ପକ୍ଷରୁ ଡଃ ଦାସ ଓ ଧର୍ମପତ୍ନୀ ମାୟା ଦାସଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରାରମ୍ଭରେ କଣ୍ଠଶିଳ୍ପୀ ଡଃ ସନ୍ତୋଷ ଦାଶ ଓ ଦେବାଂଶୀ ଦାଶ ଭକ୍ତି ସଂଗୀତ ପରିବେଷଣ କରିବା ପରେ,କବି ଆଲୋକ ପ୍ରଧାନ,ବିଚିତ୍ରା ଦାଶ,କାମଦେବ ମହାରଣା, ସୁଚିତ୍ରା ରଥ ଓ ସନ୍ୟାସୀ ନାୟକ କବିତା ପାଠ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଶିଶୁ ସାହିତ୍ୟିକ ସତ୍ୟନାରାୟଣ ମିଶ୍ର,କବି ମଂଜୁଶ୍ରୀ ମିଶ୍ର, କବି ଶ୍ୟାମପ୍ରକାଶ ସେନାପତି ସଂଯୋଜନା କରିଥିବା ବେଳେ, ପରିଚାଳନା ରେ ସହଯୋଗ କରିଥିଲେ କ୍ରୀଷ୍ଣା ମହାପାତ୍ର, ବିଜୟଲକ୍ଷ୍ମୀ ଦାସ,ଗୋଲାପ ଦାସ, ମହେନ୍ଦ୍ର ଦାଶ ଓ ତୁଷାର ମାନସିଂହ। ଇଂ.ମୀନକେତନ ମିଶ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।
Related Stories
November 22, 2024