
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଘୋଡା ବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୁରୀ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ପୁରୀ ସଂକୁଳ ଅଧୀନରେ ଥିବା ୧୧ଟି ବିଦ୍ୟାଳୟରୁ ସଂକୁଳକୁ ଉତ୍ତୀର୍ଣ୍ଣ ହୋଇଥିବା ୧୨୯ ଜଣ ପ୍ରତିଭାଗୀ ବିଜ୍ଞାନ ପ୍ରକଳ୍ପ,ପ୍ରୟୋଗ,ପ୍ରଶ୍ନମଞ୍ଚ ଓ ପତ୍ରବାଚନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ତନ୍ମଧ୍ୟରୁ ୧୧ଜଣ ବିଭାଗ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନର ବିଭିନ୍ନ ବିଷୟରେ ସମୁଦାୟ ୪୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ମୁଖ୍ୟ ଅତିଥି ରୂପେ ପୁରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତୃତାରେ ବୈଜ୍ଞାନିକ ଚିନ୍ତାଧାରାକୁ ଭବିଷ୍ୟତରେ ଉଚିତ ମାର୍ଗରେ ପ୍ରୟୋଗକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ସୁନାମ ଅର୍ଜନ କରିଥିବା ୨୫ଜଣ ବିଜ୍ଞାନ ଶିକ୍ଷକ ଓ
ଶିକ୍ଷୟିତ୍ରୀଗଣ ବିଚାର କରି ଶିଶୁ, ବାଲ ଓ କିଶୋର ବର୍ଗର ପ୍ରତିଭାଗୀ ମଧ୍ୟରୁ ଶ୍ରେଷ୍ଠ ପ୍ରତିଭାଗୀ ମାନଙ୍କୁ ନିର୍ବାଚନ କରିଥିଲେ ।
ଉଦଯାପନ ପର୍ବରେ ମୁଖ୍ୟ ଅତିଥି ଭାବେ ପୁରୀ ଏସ. ସି. ଏସ (ସ୍ଵୟଂ ଶାସିତ) ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ତପନ କୁମାର କାନୁନଗୋ, ସମ୍ମାନିତ ଅତିଥି ଭାବେ WIPRO ସଫ୍ଟଓୟାର ଇଂଜିନିୟର ତଥା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପୂର୍ବଛାତ୍ର ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ସାହୁ ଓ ପୁରୀ ସହ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ଦୀନବନ୍ଧୁ ତ୍ରିପାଠୀ ମହୋଦୟ କାର୍ଯ୍ୟକ୍ରମରେ ଯୋଗ
ଦେଇ ଶ୍ରେଷ୍ଠ ପ୍ରତିଭାଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ଭୂୟାଁ, ସମ୍ପାଦକ ଶ୍ରୀଯୁକ୍ତ ସିମାଚଳ ପଣ୍ଡା,ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବିକାଶ ଦତ୍ତ ଉପସ୍ଥିତ ଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅରବିନ୍ଦ
ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଂକୁଳ ବିଜ୍ଞାନ ପ୍ରମୁଖ ଆଚାର୍ଯ୍ୟ ନିତ୍ୟାନନ୍ଦ ପ୍ରଧାନ ବିବରଣୀ ପଠନ କରିଥିଲେ ।
ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରିୟରଞ୍ଜନ ଖୁଣ୍ଟିଆ ପୁରସ୍କାର ବିତରଣ ପର୍ବକୁ ଆଗେଇ ନେଇଥିଲେ। ଶେଷରେ ଶ୍ରୀଯୁକ୍ତ ଧନେଶ୍ବର ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ। ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଅରବିନ୍ଦ ଦାସ କାର୍ଯ୍ୟକ୍ରମ ସଂଯୋଜନା ଓ କାର୍ଯ୍ୟକ୍ରମ ପରିଚାଳନା
କରିଥିଲେ | ସଂକୁଳ ଅନ୍ତର୍ଗତ ୧୧ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ,ପରିଚାଳକ ଓ ଆଚାର୍ଯ୍ୟ- ଆଚାର୍ଯ୍ୟା ମାନଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା।