ଚମ୍ପୁଆ – ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୨୦୮ ଜଣ ଛାତ୍ର, ଛାତ୍ରୀ ଅଧ୍ୟୟନ କରୁଥିବାବେଳେ ସ୍କୁଲ ଚାରିପଟେ ପାଚେରୀ ସହିତ ସମ୍ମୁଖରେ ଏକ ଗେଟ ନିର୍ମାଣ କରାଯାଇଥିଲା । ତେବେ ନିକଟରେ ସ୍କୁଲ ପରିସରରେ ଏକ ବିଲଡିଂ ର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଠିକାଦାରଙ୍କ ବେପରୁଆ ମନଭାବ ଯୋଗୁଁ ଗେଟଟି ଭାଙ୍ଗି ଯାଇ ଏବେ ଯାଏ ମୁକୁଳା ପଡିଛି । ବିଲଡିଂ ନିର୍ମାଣ କାର୍ଯ୍ୟ ବେଳେ ଜିନିଷ ପତ୍ର ପରିବହନ ପାଇଁ ନିୟୋଜିତ ଗାଡି ଗୁଡିକର ବେପରୁଆ ଗାଡି ଚାଳନା ପାଇଁ ଗେଟଟି ଭାଙ୍ଗି ଯାଇଥିବା ଅଭିଯୋଗ ହେଉ ଥିବାବେଳେ ଏହାକୁ ମରାମତି କରା ନ ଯିବାରୁ ଦୀର୍ଘ ମାସ ଧରି ମୁକୁଳା ପଡିଛି । ଦିନରେ ଗାଈ, ଛେଳି ଅବାଧରେ ପ୍ରବେଶ କରୁଥିବାବେଳେ ରାତିରେ ମଦୁଆଙ୍କ ଆଡା ପାଲଟିଛି ସ୍କୁଲ ପରିସର । ଯାହା ଏବେ ଛାତ୍ର, ଛାତ୍ରୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏ ସମ୍ପର୍କରେ ଅଭିଭାବକଙ୍କ ପକ୍ଷରୁ ବାରମ୍ବାର କୋଦଗାଡ଼ିଆ ପଂଚାୟତ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗେଟ ନିର୍ମାଣ ହୋଇ ପାରୁ ନାହିଁ, ଫଳରେ ଅଭିଭାବକ ମହଲରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି କ୍ଷ ତେଣୁ ଏଥିପ୍ରତି ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି ।