ଭଦ୍ରକ- ଆଜି ଭଦ୍ରକ ଜିଲା ଆଇନ୍ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଗବସାହିସ୍ଥିତ ଆଇସିଏସ୍ଏସ୍ ଆଇନ୍ ମହାବିଦ୍ୟାଳୟରେ ଏକ ଆଇନ୍ ସହାୟତା କେନ୍ଦ୍ର (ଲିଗାଲ ଏଡ୍ କ୍ଲିନିକ୍) ପ୍ରତିଷ୍ଠା ହୋଇଛି । ଭଦ୍ରକ ଜିଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶିଶିର କୁମାର ରଥଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ପ୍ରତିଷ୍ଠା ହୋଇଥିବା ଏହି କେନ୍ଦ୍ରଟିକୁ ଜିଲା ଆଇନ୍ ସେବା ପ୍ରାଧିକରଣର ସଚିବ ଅପର୍ଣ୍ଣା ମହାପାତ୍ର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ମିଶ୍ରଙ୍କ ସମେତ ବିଭୁପ୍ରସାଦ ମହାପାତ୍ର, ଚନ୍ଦ୍ରଶେଖର ମହାପାତ୍ର, ଡ. ଅଭିମନ୍ୟୁ, ମାନସ ରଂଜନ ମିଶ୍ର, ଲକ୍ଷ୍ମୀନାରାୟଣ ପ୍ରମୁଖ ଅଧ୍ୟାପକମାନେ ଯୋଗଦାନ କରିଥିଲେ । ଶତାଧିକ ଏଲ୍ଏଲ୍.ବି. ଓ ଏଲ୍ଏଲ୍.ଏମ୍. ଛାତ୍ରଛାତ୍ରୀ ଏହି ପ୍ରତିଷ୍ଠା ଉତ୍ସବରେ ଉପସ୍ଥିତ ଥିଲେ । ସେମାନଙ୍କୁ ନେଇ ଏକ ଆଇନ୍ ସଚେତନତା ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଲିଗାଲ ଏଡ୍ କ୍ଲିନିକ୍ ସଂପର୍କରେ ବୁଝାଇଥିଲେ । ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ମହାପାତ୍ର ଆଇନ୍ ଛାତ୍ରଛାତ୍ରୀଙ୍କୁ ଆଇନ୍ ସହାୟତା କେନ୍ଦ୍ରର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ମାଗଣା ଆଇନ୍ ସେବା ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟାପକ ବିଭୁ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଆଇନ୍ ମହାବିଦ୍ୟାଳୟରେ ମଧ୍ୟ ଆଉ ଏକ ସହାୟତା କେନ୍ଦ୍ର ତୁରନ୍ତ ଖୋଲାଯିବ । ଯାହାଦ୍ୱାରା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଅଂଚଳର ଲୋକମାନେ ମଧ୍ୟ ସହଜରେ ଆଇନ୍ର ବିଭିନ୍ନ ସହାୟତା ପାଇବା ସହ ନିଜର ଅଧିକାର ଓ କର୍ତ୍ତବ୍ୟ ସଂପର୍କରେ ଅବଗତ ହୋଇପାରିବେ ।
Related Stories
December 23, 2024