କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀରେ ଅନେକ ସମୟରେ ସ୍ୱାସ୍ଥ୍ୟ ଠାରୁ ନେଇ ବନ୍ୟା ଓ ବାତ୍ୟା ସହ ସରକାରୀ ଯୋଜନା ମାନ ସବୁକିଛି ପୁରୀରେ ପଣ୍ଡ ହୋଇଛି | ପାନୀୟ ଜଳ ବ୍ୟବସ୍ଥା ରେ ଆଜିବି ଅନେକ ଗ୍ରାମ ପାନୀୟ ଜଳ ପାଇଁ ହନ୍ତଶାନ୍ତ ହେଉଛନ୍ତି |ବସ୍ତି ଥଇଥାନ ଓ ପଟ୍ଟା ଯୋଜନା ରେ ପୁରୀର ୨୦ହଜାର ରୁ ଉର୍ଧ ପରିବାର ଆଜି ପର୍ଯ୍ୟନ୍ତ ଯୋଜନା ରୁ ମୁକ୍ତ ରହିଛନ୍ତି |ପୁରୀର ଭୂସମ୍ପତ୍ତି କୁ ନେଇ ଜନସାଧାରଣ ନିଜର ପରିଚୟ ପାଉ ନାହାନ୍ତି କେବେ ମିଳିବ ତାଙ୍କ ଜମିର ହକଦାର ସେଇ ଚିନ୍ତାରେ ଅନେକ ଅଛନ୍ତି |ସେହିପରି ଅନେକ ଜମି ଜାଲିଆତି ଠାରୁ ଆରମ୍ଭ କରି ସ୍ୱର୍ଗ ଦ୍ୱାର ଜମି ଦୁର୍ନୀତି ହେଉ କିମ୍ବା – ସିପ ସରୁବାଲି ହେଉ – ମୂଷା ନଇ ଜମି ହେଉ କିମ୍ୱା କାଜୁ ଜଙ୍ଗଲ ଜମି ଦୁର୍ନୀତି ହେଉ ସବୁଥିରେ ପୁରୀର ପରିଚୟ ଉପରେ ଆଙ୍ଗୁଳି ଉଠି ରହିଛି | ମୋ ପୁରୀ ର ଜନସାଧାରଣ ଙ୍କ ଠାରୁ ମନ୍ତବ୍ୟ ନେଲେ ସରକାର ଓ ପ୍ରଶାସନ ବୁଝିପାରନ୍ତେ କେତେଯେ ହନ୍ତସନ୍ତ ମୋ ପୁରୀ ବାସି |ଏଠି ବିନା କୁଜିନେତା ଏବଂ ବିନା ପିସି ରେ କୌଣସି କାର୍ଯ୍ୟ ହୁଏନାହିଁ | ହେଲେ ଏଠାରେ କୁହାଯାଏ ୫ଟି ସରକାର ସବୁ କରୁଛି ବଡ ବଡ ଷ୍ଟିଲ ହୋଡ଼ିଙ୍ଗ ରେ ସରକାରୀ ଯୋଜନା ଦେଖିଲେ ଲାଗେ ଯେମିତି ପୁରୀ ବିକଶିତ ହେଲେ ପୁରା ଅନ୍ଧାର ମଧ୍ୟରେ ଗୋଟେ ଛୋଟ ଦୀପ ର ଆଲୋକରେ ରହିଛି ଏହା ଉପରେ ସରକାର ଅବଗତ ନୁହନ୍ତି | ସବୁଠୁ ବଡ କଥା ଓଡିଶା ମାଟିର ଓଡ଼ିଆ ଙ୍କ ପରିଚୟ ଶ୍ରୀ ଜଗନ୍ନାଥ ମନ୍ଦିର ହେଲେ ସେଇ ମନ୍ଦିର ଆଜି କେତେ ସୁରକ୍ଷିତ ଏହା ପ୍ରତି ପ୍ରଶ୍ନ ଉଠିଛି | ପ୍ରଶ୍ନ ଏହା ବି ରହିଛି ମନ୍ଦିର ଭିତରେ ଅନେକ ମୂର୍ତ୍ତି ଚୋରି ହୋଇଛି ସେଥିରୁ ଗୋଟିଏ ହେଲା ସିଂହଦ୍ୱାର ଦଶଅବତାର ମୂର୍ତ୍ତି ହଜାର ହଜାର ବର୍ଷ ର ମୂର୍ତ୍ତି ଏବେ କୋଉଠି ତାର ଚିହ୍ନ ବର୍ଣ୍ଣ ନାହିଁ | ନବକଳେବର ଅନେକ ଦୁର୍ନୀତ୍ତି ସହ ବ୍ରହ୍ମ ବିଭ୍ରାଟ କଥା ଏବେବି ଚାପି ହୋଇ ରହିଲା | ରତ୍ନଭଣ୍ଡାର ସୁରକ୍ଷା କଥା ଏକ ପ୍ରଶ୍ନବାଚୀ ହୋଇ ରହିଛି | ଏହି ସମସ୍ତ ସମସ୍ୟା ରହିଥିବା ବେଳେ ଶାସକ ଦଳ ନେତା ଚୁପ ଏବଂ ୫ଟି ସରକାର ଙ୍କ ୫ଟି ସଚିବ ଙ୍କ ପାଇଁ ନେତା ବାନ୍ଧୁଛନ୍ତି ଟେଣ୍ଡ ଏହା କି ଗୁଲାମ ଗିରି ଏଠି ନେତା କରୁଛନ୍ତି ଜନସାଧାରଣ ବୁଝିବା ସମୟ ଆସିଲା | ଏଠି ବିଜେପି ବିଧାୟକ ମଧ୍ୟ ଚୁପ କାରଣ ବିଜେଡି ର ପ୍ରଶାସନିକ ରାଜୁତି ଉପରେ ଭୟ ରହୁଛି | ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି କହିବା ଅନୁଯାୟୀ ଆଲୋକ କୁମାର ଦାଶ ଙ୍କ ଦ୍ୱାରା ସରକାର ଓ ୫ଟି ସଚିବ ଙ୍କୁ ପ୍ରଶ୍ନ କରିଛନ୍ତି ଯେ ପୁରୀକୁ କଣ ମିଳିଛି ପୁରୀ ର ଜନସାଧାରଣ ଙ୍କୁ କାହିଁକି ଏତେ ଆଡମ୍ବର ୫ଟି ସଚିବ ଙ୍କ ପାଇଁ ? ଯୋଉଠି ଜନସାଧାରଣ ନିଜ ମୌଳିକ ଅଧିକାର ଠାରୁ ବଞ୍ଚିତ ସେଠି କାହିଁକି ହେଉଛି ୫ଟି ସରକାର ଙ୍କ ସଚିବ ଅଧିବେଶନ ? କେବଳ ମୁଁ ନୁହଁ ପୁରୀର ଜନସାଧାରଣ ଙ୍କ ଏହା ପ୍ରଶ୍ନ ରହିଛି ହେଲେ ପୋଲିସ ଓ ପ୍ରଶାସନ ର ନାଲି ଆଖି ପାଇଁ ସବୁ ଚୁପ ରହିଛନ୍ତି | ଆଗାମୀ ଦିନରେ ବିରୋଧ ଜୋରଦାର ହେବ ଏବଂ ପୁରୀର ଜନସାଧାରଣ ଙ୍କୁ ତାଙ୍କ ମୌଳିକ ଅଧିକାର ପ୍ରଦାନ କରିବା ପରେ ୫ଟି ସଚିବ ମହାଶୟ ଭିକେ ପାଣ୍ଡିଆନ ପୁରୀ ଆସନ୍ତୁ ବୋଲି ଶ୍ରୀଦାଶ କହିଛନ୍ତି |
Related Stories
January 8, 2025