-
ଲାବୋରେଟୋରୀ ଟେକ୍ନୋଲୋଜି ସମ୍ବନ୍ଧୀୟ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶନିବାର ଆଇ ଏମ ଟି ଫାର୍ମାସି କଲେଜ ପରିସର
ପୁରୀ ଗୋପାଳପୁର ସ୍ଥିତ ଆଇ ଏମ ଟି ଫର୍ମାସି କଲେଜ ର ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜି ବିଭାଗ ଦ୍ୱାରା ୫ମ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
“ଲାବୋରେଟୋରୀ ଟେକ୍ନୋଲୋଜି ରେ ଗବେଷଣାତ୍ମକ ବିକାଶ ୨୦୪୦ ମସିହା ର ଦୃଷ୍ଟିକୋଣ” ଶୀର୍ଷକ ଅଲୋଚନ ଚକ୍ର ଦିନ ୧୦.୩୦ ମିନିଟ ସମୟରେ ଓଡିଶା ର ବିଭିନ୍ନ କଲେଜ ରୁ ଆସିଥିବା ଶତାଧିକ ଛାତ୍ର ଛାତ୍ରୀ ଓ ବରଣ୍ୟ ଅତିଥି ମାନଙ୍କ ଉପସ୍ଥିତି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭ ଉଦଘାଟିତ ହୋଇଥିଲା। ଅନୁଷ୍ଠାନ ର ପ୍ରତିଷ୍ଠାତା ଡ଼ ବିଶ୍ୱନାଥ ରଥଙ୍କ ପ୍ରତ୍ୟକ୍ଷ ମାର୍ଗ ଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ର ଉଦଘାଟନ ଉତ୍ସବରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ତ୍ରିଲୋଚନ ବରାଳ ମୁଖ୍ୟ ଅତିଥି , ପ୍ରସିଦ୍ଧ ସ୍ତ୍ରୀ ରୋଗ ବିଶେଷେଜ୍ଞ ଡ଼ ଅର୍ଜୁନ ଚରଣ ଦାସ , ଇ ୨୪ ହସ୍ପିଟାଲ ର ପରିଚାଳନା ନିର୍ଦେଶକ ଇ ରାଜେଶ ମିଶ୍ର, ସଂଜୀବନି ହସ୍ପିଟାଲ ର ପରିଚାଳନା ନିର୍ଦେଶକ ଡ଼ ଦେବେନ୍ଦ୍ରନାଥ ତରେଇ ସଂମାନିତ ଅତିଥି ରୂପେ ଯୋଗ ଦେଇ ଲାବୋରେଟୋରୀ ଟେକ୍ନୋଲୋଜି ଏବଂ ଟେକ୍ନିସିଆନ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ବକ୍ତବ୍ୟ ଦେଇଥିଲେ।
ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅଧ୍ୟକ୍ଷ ଡ଼ ଅଗ୍ନିମିତ୍ର ଦିଣ୍ଡା। ଅତିଥି ପରିଚୟ ପ୍ରଦାନ କରିଥିଲେ ପାଠ୍ୟକ୍ରମ ନିର୍ଦ୍ଧେଶକ ଡ଼ ଅନ୍ନଦା ପ୍ରସାଦ ମହାପାତ୍ର।ଅନୁଷ୍ଠାନ ନିର୍ଦ୍ଧେଶକ ମନୋଜ ରଥ ସଭାରେ ପୌରହିତ୍ୟ କରି ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଇ ଏମ ଟି ସବୁବେଳେ ଗୁଣାତ୍ମକ ଶିକ୍ଷାଦାନ କରି ଉତ୍ତମ ଲାବୋରେଟୋରୀ ଟେକ୍ନିସିଅନ ସୃଷ୍ଟି କରି ଆସିଛି ଏବଂ ଆଜିର ଆଲୋଚନା ଚକ୍ର ଛାତ୍ର ଛାତ୍ରୀ ମାନଙ୍କୁ ଏହି ବିଜ୍ଞାନ ରେ ଆଗାମୀ ଦୂଇ ଦଶନ୍ଧିରେ ସମ୍ଭାବନା ବିଷୟରେ ଅବଗତ କରାଇବା ପାଇଁ ଉଦ୍ଧିଷ୍ଟ ବୋଲି କହିଥିଲେ। ଅଧ୍ୟାପକ କମଳାକାନ୍ତ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ|
ଉଦ୍ଘାଟନ ଉତ୍ସବ ପରେ ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ର ସହକାରୀ ପ୍ରୋଫେସର ଡ଼ ଶର୍ମିଷ୍ଠା ରାଉତ,ସହକାରୀ ପ୍ରଫେସର ଡ଼ଃ ସଂଧ୍ୟାରାଣୀ ସାହୁ,ଭୁବନେଶ୍ୱର ଆମ୍ରି ହସ୍ପିଟାଲ ର ମାଇକ୍ରୋଵଓ ଲଜିଷ୍ଟ ଡ଼ଃ ବିଭୁଦତ୍ତ ରାଉତରାୟ ତିନି ଗୋଟି ବୈଷୟିକ ସତ୍ର ମାଧ୍ୟମରେ ଆଧୁନିକ ଲାବୋରେଟୋରୀ ପରୀକ୍ଷଣ ବିଷୟରେ ବିସ୍ତୃତ ଭାବରେ ବୁଝାଇ କହିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କର ବିଭିର୍ଣ୍ଣ ପ୍ରଶ୍ନ ର ଉତ୍ତର ଦେଇଥିଲେ ।ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସନ୍ଦର୍ଭ ଚିତ୍ର ମାନ ଉପସ୍ଥାପନ କରାଯାଇଥଲା ।ସର୍ବଶ୍ରେଷ୍ଠ ଚିତ୍ର ଓ ଉପସ୍ଥାପନ ଗୁଡିକୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।ପରି ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତା କର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଅଧ୍ୟାପିକା ଭାଗ୍ୟଶ୍ରୀ ମିଶ୍ର,ପୂଜ୍ୟସ୍ମିତା ସାହୁ,ଅଧ୍ୟାପକ କିରଣକାନ୍ତ ପଟ୍ଟନାୟକ ,ଭବାନୀ ସାମନ୍ତରାୟ,ପ୍ରତୀଖ୍ୟା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |