-
ସଙ୍ଗୀତରେ ହଜିଲେ, ନୃତ୍ୟରେ ଝୁମିଲେ ଦର୍ଶକ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପିଲାଙ୍କ ମାସିକ ଖବରକାଗଜ ଶିଶୁ ସମ୍ବାଦପତ୍ର ” ଶିଶୁ ସମାଚାରର ଷୋଡ଼ଶ ସ୍ବନକ୍ଷତ୍ର ସମାରୋହ ଓ ଜାତୀୟ ଶିଶୁ ଉତ୍ସବ ଅଗଷ୍ଟ ୧୨ ତାରିଖରେ ସ୍ଥାନୀୟ ପୌର ସଦନରେ ଅନୁଷ୍ଠିତ ହୋଇଯାଇଛି l ସମାରୋହର ପ୍ରଥମ ପର୍ବରେ ଉପଦେଷ୍ଟା କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଆଂଚଳିକ ପରିବହନ ଅଧିକାରୀ ରବିନ୍ ପଟ୍ଟନାୟକ, ଉତ୍ସବ କମିଟି ଅଧ୍ୟକ୍ଷ ମନୋଜ ରଥ, ଉପଦେଷ୍ଟା ରଘୁନାଥ ମହାପାତ୍ର ସମ୍ମାନୀତ ଅତିଥି ଓ ଶିଶୁ କଣ୍ଠ ଶିଳ୍ପୀ ସିଦ୍ଧିସ୍ନା ବିନ୍ଧାଣୀ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ l ପ୍ରାରମ୍ଭରେ ସମ୍ପାଦକ ସୁକାନ୍ତ ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ l ଅତିଥିମାନଙ୍କ ଦ୍ଵାରା ଶିଶୁ ସମାଚାରର ସ୍ବନକ୍ଷତ୍ର ସଂଖ୍ୟା ଓ ମୁଖଶାଳା ଉନ୍ମୋଚିତ ହୋଇଥିଲା l ସଙ୍ଗୀତ ବିଭାଗରେ ଭାଗନେଇଥିବା ଶିଶୁ କଣ୍ଠଶିଳ୍ପୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହିତ ପୁରସ୍କାର ପ୍ରଦାନ କରିଥିଲେ l
ଦ୍ଵିତୀୟ ପର୍ବରେ ଶ୍ରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ନିର୍ଦେଶକ ଅତୁଲ କୁମାର ନନ୍ଦ ମୁଖ୍ୟ ଅତିଥି, ଶିଳ୍ପଦ୍ୟୋଗୀ ଗିରୀଶ ଚନ୍ଦ୍ର ନାୟକ, ଶିଶୁ ସାହିତ୍ୟିକ ଡକ୍ଟର ସୁନାମଣି ରାଉତ ସମ୍ମାନିତ ଅତିଥି, ଉତ୍ସବ କମିଟି ଉପାଧ୍ୟକ୍ଷ ସିଦ୍ଧାର୍ଥ ରାୟ ଏବଂ ଶିଶୁ କଳାକାର ଆୟୁଷl ପଟ୍ଟନାୟକ ଓ ଧ୍ରୁବ ଚରଣ କର ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ l ସମ୍ପାଦକ ସୁକାନ୍ତ ପଣ୍ଡା ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ l ଏହି ପର୍ବରେ ଉପଦେଷ୍ଟା ଚକ୍ରଧର ମହାପାତ୍ର ଅଧ୍ୟକ୍ଷତା କରିଥିଲେ l
ଉତ୍ସବରେ ଶିଶୁ ସାହିତ୍ୟିକ ଡକ୍ଟର ସୁନାମଣି ରାଉତଙ୍କୁ ଶିଶୁ ସମାଚାର ସାରସ୍ବତ ସମ୍ମାନ, ଶିଶୁ କଣ୍ଠ ଶିଳ୍ପୀ ସିଦ୍ଧିସ୍ନା ବିନ୍ଧାଣୀଙ୍କୁ ଶିଶୁ ପ୍ରତିଭା ସମ୍ମାନ ଏବଂ ଶିଶୁ କଳାକାର ଆୟୁଷl ପଟ୍ଟନାୟକ ବିବିଧ ପ୍ରତିଭାରେ ସମ୍ମାନିତ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ, ସଙ୍ଗୀତ ଗୁରୁ, ନୃତ୍ୟ ଗୁରୁ , ସମାଜସେବୀ ଓ ଶିଶୁ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିସହିତ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଉତ୍ସବରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୨୬୭ ଜଣ ଶିଶୁ ପ୍ରତିଭା ନୃତ୍ୟ, ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ l ଉତ୍ସବ କମିଟି ଓ ଶିଶୁ ସମାଚାର ପରିଚାଳନା ମଣ୍ଡଳୀର ସମସ୍ତ ସଦସ୍ୟ ସଦସ୍ୟା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ l ଶିବ ସୁନ୍ଦର ମିଶ୍ର , ଶରତ ରାୟଗୁରୁ, ସର୍ବାଣୀ ଦାସ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଶେଷରେ ଅବନୀଶ ରଥ ଧନ୍ୟବାଦ ଅର୍ପଣ କରିଥିଲେ l ସ୍ଵାଧୀନ ପଣ୍ଡା, ବିଜୟ କୁମାର ପଣ୍ଡା, ସତ୍ୟନାରାୟଣ ସାହୁ, ଅନ୍ନପୂର୍ଣା ଦେବୀ, ଦେବରାଜ ଦାସ, ବର୍ଷା ବନାନୀ ପଟ୍ଟନାଯକ, ଓମ ମହାନ୍ତି, ସମସ୍ତ କମିଟିର ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l