
ଖୋର୍ଦ୍ଧା-ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବାଜପୁର ଅଞ୍ଚଳର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ଧର୍ମପତ୍ନୀ ସ୍ଵାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଦିବ୍ୟଙ୍କୁ ଶନିବାର ଜିଲା ପ୍ରଶାସନ ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି।ଏପରିକି ଅଧିକାରୀ ମାନେ ଲକ୍ଷ୍ମୀ ଦିବ୍ୟଙ୍କୁ ସ୍ଵାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ତହସିଲଦାର ବିଭାସ ପାଣିଗ୍ରାହୀ,ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି,ପୌର ନିର୍ବାହୀ ଅଧିକାରୀ ରିଜୁଆନା କକବ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉପଜିଲାପାଳ ଶ୍ରୀ ସେଠୀ ଶ୍ରୀମତୀ ଦିବ୍ୟାଙ୍କୁ ଆଗାମୀ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଅଂଶଗ୍ରହଣ କରିବାକୁ ନିବେଦନ କରିଥିଲେ ।