ଚମ୍ପୁଆ- ଚମ୍ପୁଆ ଉପଖଣ୍ଡସ୍ଥ ବଡ଼ବିଲ ଉପକାରାଗାର ନିକଟରେ ଗତ ଜାନୁଆରୀ ମାସରେ ଭିତ୍ତିପ୍ରସ୍ତ ଦିଆଯାଇଥିବା ସ୍ମାର୍ଟ ପାର୍କର ପାଚେରୀ ଭୁଶୁଡି ଭାଙ୍ଗି ପଡିଛି l ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁଁ ଗତକାଲିର ଅସରାଏ ବର୍ଷାରେ ପାଚେରି ଭୁଷୁଡି ଯାଇଛି। ସୂଚନା ଅନୁଯାୟୀ, ଗତ ୧୩ ଜାନୁଆରୀ ୨0୨୩ ରେ ଚମ୍ପୁଆ ଉପଖଣ୍ଡସ୍ଥ ବଡ଼ବିଲ ଉପକାରାଗାର ନିକଟରେ ଏକ ସ୍ମାର୍ଟ ପାର୍କ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନା ହୋଇଥିଲା l ଏହି ଭିତ୍ତିପ୍ରସ୍ତର ସ୍ଥାପନା ଦିବସରେ ମୁଖ୍ୟ ଅତିଥିଭାବେ ବଡ଼ବିଲ ପୌରପାଳିକା ନଗରପାଳ ଲକ୍ଷ୍ମଣ ମହାନ୍ତ, ସମ୍ମାନୀୟ ଅତିଥିଭାବେ ବଡ଼ବିଲ ପୌରପାଳିକା ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ବଡ଼ବିଲ ପୌରପାଳିକା ଉପାଧ୍ୟକ୍ଷା ସରସ୍ବତୀ ନାଏକ ୪ ନଂ ୱାର୍ଡର କାଉନସିଲର ରଶ୍ମିତା ମହାନ୍ତି, ପୌର ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ, କନିଷ୍ଠ ଯନ୍ତ୍ରୀ ମାନସ କୁମାର ମାଝୀ ପ୍ରମୁଖ ଯୋଗ ଦେଇ ସ୍ମାର୍ଟ ପାର୍କର କାର୍ଯ୍ୟ ଶୁଭାରମ୍ଭ କରିବା ପରେ ନିର୍ମାଣ କରାଯାଇଥିବା ସ୍ମାର୍ଟ ପାର୍କ ପାଚେରୀ ଗତ କାଲିର ସାଧାରଣ ବର୍ଷାରେ ଧସି ଭାଙ୍ଗି ଯାଇଛି l ନିମ୍ନ ମାନର କାମ ଯୋଗୁଁ ୮ ମାସ ବି ଗଲାନି ଭାଙ୍ଗି ପଡିଲା ପାଚେରୀ l ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଫଳରେ ବଡ଼ବିଲ ଅଞ୍ଚଳରେ ହେଉ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ସବୁ ନିମ୍ନ ମାନର ହେଉଛି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଥିବାବେଳେ ଉପକାରାଗାର ନିକଟରେ ନିର୍ମାଣଧିନ ସ୍ମାର୍ଟ ପାର୍କ ର ପାଚେରୀ ୮ ମାସ ନ ଯାଉଣୁ ଭାଙ୍ଗି ପଡିବା ଦ୍ୱାରା ବଡ଼ବିଲରେ ଚାଲିଥିବା ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି l ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି l
Related Stories
January 1, 2025
January 1, 2025