ଚମ୍ପୁଆ – ଚମ୍ପୁଆ ବ୍ଲକ ଭଣ୍ଡା ପଂଚାୟତ ଅନ୍ତର୍ଗତ ଭଣ୍ଡା କେ. ବି. ସରକାରୀ ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ / ବିଦ୍ୟାଳୟ ପରିଚାଳନା ଓ ଉର୍ଣ୍ଣୟନ କମିଟି ର ବୈଠକ ବିଦ୍ୟାଳୟ ର ବହୁମୁଖୀ ଶ୍ରେଣୀ ଗୃହରେ ଅନୁଷ୍ଠିତ ହୋଇ ଯାଇଛି l ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଡମ୍ବରୁଧର ମହାନ୍ତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ବୈଲୋଚନ ମହାନ୍ତ ସ୍ୱl ଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଓଡିଶା ସରକାର ଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ବିଦ୍ୟାଳୟ ଶିକ୍ଷା ର ଗୁଣାତ୍ମକ ବିକାଶ ପାଇଁ ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ସାମଗ୍ରୀ ଯୋଗାଣ, ସେପ୍ଟେମ୍ବର ଏକ ରୁ ପନ୍ଦର ସ୍ଵଛ ତା ପଖ୍ୟ ପାଳନ, ଅନ ଲାଇନ ସୁରକ୍ଷା, ଅଭିଭାବକ ମାନଙ୍କ ପାଇଁ ସାଇବର ସଚେତନତା ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ନିରାପତ୍ତା, ସ୍ଵଳ୍ପ ଅବଧି ଧନ୍ଦା ମୂଳକ କାର୍ଯ୍ୟକ୍ରମ ଓ ପରାମର୍ଶ ଶିବିର, ବାଲ୍ୟ ବିବାହ ସଚେତନତା, କ୍ୟାରିୟର ଯୋଜନା ର ଗୁରୁତ୍ୱ, ମାର୍ଗ ଦର୍ଶନ ଓ ଅଭିଭାବକଙ୍କ ଭୂମିକା ଏବଂ ପିଲାମାନଙ୍କର ମାନସିକ ଚାପ ଓ ଏହାର ଦୂରୀକରଣ ” ଇତ୍ୟାଦି ତେର ଟି ପଏଣ୍ଟ ଉପରେ ଶିକ୍ଷକ ଦଶରଥ ମହାନ୍ତ ଆଲୋଚନା କରି ଏହାର କାର୍ଯ୍ୟକାରିତା ଉପରେ ଅଭିଭାବକ ମାନଙ୍କ ସହଯୋଗ ଲୋଡ଼ିଥିଲେ l ଶିକ୍ଷକ କାସିଆ ବେହେରା, ହେମନ୍ତ ମହାନ୍ତ, ଶିକ୍ଷ୍ୟୟିତ୍ରୀ ଗୀତାରାଣୀ ମହାନ୍ତ, ପୁର୍ଣିମା ସାହୁ, ସୀମାରାଣୀ ନାୟକ, ମମିତା ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଅଭିଭାବକ ମାନଙ୍କ ଶଙ୍କା ଦୂର କରିଥିଲେ l ଅଭିଭାବକ ବୁଦ୍ଧଦେବ ବେହେରା, ବରୁଣ ପ୍ରଧାନ ପ୍ରମୁଖ ଗଠନ ମୂଳକ ପରାମର୍ଶ ଦେଇ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଅତିରିକ୍ତ କୋଚିଂ ବ୍ୟବସ୍ଥା ଉପରେ ଗୁରୁତ୍ଵାରୋପ କରିଥିଲେ l କାର୍ଯ୍ୟକ୍ରମ ରେ ଛାତ୍ର ଛତ୍ରୀ ମାନଙ୍କ ଅଭିଭାବକ, ଅଭିଭାବିକା ମାନେ ଅଂଶ ଗ୍ରହଣ କରିଥିବା ବେଳେ କିରାଣି ଭୁବନାନନ୍ଦ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ l
Related Stories
December 29, 2024