
କେନ୍ଦୁଝର – କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମ ରେ ଆଜି ଠାରୁ ଆରମ୍ଭ ହୋଇଛି ୩୬ ତମ ସିନିୟର ପୁରୁଷ ହ୍ୟାଣ୍ଡବଲ ଚମ୍ପିଆନସିପ୍ । କେନ୍ଦୁଝର ଜିଲ୍ଲା ହ୍ୟାଣ୍ଡବଲ ସଘଂ ଆନୁକୂଲ୍ୟରେ ଏହି ଚମ୍ପିଆନସିପ ପ୍ରତିଯୋଗୀତା ଆରମ୍ଭ ହୋଇଛି । ଏହି ଚମ୍ପିଆନସିପ ଦୁଇଦିନ ଧରି ଚାଲିବ । ଏଥିର ରାଜ୍ୟର ୧୯ ଟି ଜିଲ୍ଲାର ଟିମ୍ ଭାଗ ନେଇଛନ୍ତି । ପ୍ରତ୍ୟେକ ଟିମ୍ ରେ ୧୬ ଜଣ ଖେଳାଳୀ ଓ ୨ ଜଣ ଟିମ୍ ଅଫିସିଆଲ ରହିଛନ୍ତି । ପ୍ରତ୍ୟେକ ଟିମ୍ ର ରହିବା ଖାଇବା ଆଦିର ବ୍ୟବସ୍ଥା କେନ୍ଦୁଝର ଜିଲ୍ଲା ହ୍ୟାଣ୍ଡବଲ ସଘଂ ପକ୍ଷରୁ କରାଯାଇଛି । ଏହି ଦଳ ସବୁକୁ ୪ଟି ଗ୍ରୃପରେ ଭାଗକରି ଲିଗ ମ୍ୟାଚ କରାଯିବ । ପ୍ରତ୍ୟେକ ଗ୍ରୃପରୁ ଗୋଟିଏ ଲେଖାଁଏ ଟିମ୍ ସେମିଫାଇନାଲକୁ ଯିବେ । ଆସନ୍ତାକାଲି ସଂଧ୍ୟାରେ ସମିଫାଇନାଲ ସେମିଫାଇନାଲ ଓ ଫାଇନାଲ ଖେଳ ଅନୁଷ୍ଠିତ ହେବ । ଆଜିର ଉଦଘାଟନ ସମାରୋହରେ କେନ୍ଦୁଝର ଗଡ ମ୍ୟୁନିସପାଲଟିର ଚେୟାରମ୍ୟାନ ନିକୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ହ୍ୟାଣ୍ଡବଲ ସଘଂର ସଭାପତି ବିପ୍ଲବ ଚୌଧୁରୀ ଓ ସଂପାଦକ ମାନଓ କୁମାର ସିଂ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଛନ୍ତି । ଆଜିର ମ୍ୟାଚରେ ଯାଜପୁର ଭୁବନେଶ୍ୱରକୁ ୨୪-୬ ଗୋଲ, କେନ୍ଦୁଝର ନୂଆପଡା କୁ ୨୦-୭ ଗଞ୍ଜାମ ଢେଙ୍କାନାଳକୁ ୧୫-୩ କେନ୍ଦ୍ରାପଡା ରାୟଗଡା ୨୨ – ୩ ଗୋଲରେ ପରାସ୍ତ କରିଥିବା ବେଳେ ଦେବଗଡ ପାରାଦ୍ୱୀପ ର ୧୨- ୧୨ ଗୋଲରେ ଡ୍ର ରହିଛି ।