ଭୁବନେଶ୍ୱର – ବିଭିନ୍ନ ମାମଲାର ଉତ୍କୃଷ୍ଟ ତଦନ୍ତ ପାଇଁ ଚଳିତ ବର୍ଷ ୪ ଜଣ ଓଡ଼ିଆ ପୁଲିସ ଅଧିକାରୀଙ୍କୁ ପଦକ ମିଳିବ । ଏନେଇ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ପଦକ ଘୋଷଣା ହୋଇଛି । ଦେଶର ବିଭିନ୍ନ ରାଜ୍ୟରୁ ଚଳିତ ବର୍ଷ ଏହି ପଦକ ଲାଗି ୧୪୦ ଜଣ ପୁଲିସ ଅଧିକାରୀ ମନୋନୀତ ହୋଇଛନ୍ତି । ଏଥିରେ ୨୨ ଜଣ ମହିଳା ପୁଲିସ ଅଧିକାରୀ ସାମିଲ ଅଛନ୍ତି । ଓଡ଼ିଶାରୁ ଯେଉଁ ୪ ଜଣ ତାଲିକାରେ ସାମିଲ ଅଛନ୍ତି, ସେମାନେ ହେଲେ ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ଡେପୁଟି ଏସପି ମାନସ ରଞ୍ଜନ ପ୍ରଧାନ ଓ ଡେପୁଟି ଏସପି ପ୍ରଭାତ କୁମାର ବିଶ୍ୱାଳ । ପ୍ରଭାତ କୁମାର ବିଶ୍ୱାଳ ଏବେ ସୁନ୍ଦରଗଡ଼ରେ ଡିଏସ୍ପି ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ମାନସ ରଞ୍ଜନ ପ୍ରଧାନ ମଧ୍ୟ ସୁନ୍ଦରଗଡ଼ରେ ଡିଏସ୍ପି ଭାବେ କାର୍ଯ୍ୟ କରୁଛନ୍ତି । ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି କଟକରେ କାର୍ଯ୍ୟ କରନ୍ତି । ଏହି ସଫଳ ୪ ଜଣ ଓଡ଼ିଆ ଅଧିକାରୀ ଗୃହମନ୍ତ୍ରୀ ପଦକ ପାଇଁ ମନୋନୀତ ହୋଇଥିବାରୁ ଓଡ଼ିଶା ପୁଲିସ ଅଭିନନ୍ଦନ ଜଣାଇଛି ।
Related Stories
November 23, 2024