ନୂଆଦିଲ୍ଲୀ – ଜ୍ଞାନବ୍ୟାପି ପରିସରରେ କଡା ସୁରକ୍ଷା ମଧ୍ୟରେ ଲଗାତର ଭାବରେ ନବମ ଦିନରେ ଶନିବାରଦିନ ଏଏସଆଇ ଟିମ୍ ବୈଜ୍ଞାନିକ ସଭେ ର୍ କରିବା ପ୍ରକ୍ରିୟା ଶେଷ କରିଛନ୍ତି । ସର୍ଭେ ଶେଷ ହେବା ପରେ ଏଏସଆଇ ଟିମ ପରିସର ବାହାରକୁ ଆସିଥିଲେ । ସର୍ଭେ କରିବା ପ୍ରକ୍ରିୟା ରବିବାର ମଧ୍ୟ ଚାଲୁରହିବ । ହାଇ କୋର୍ଟ ଆଦେଶ ଉପରେ ଏଏସଆଇ ଟିମ ପୁରା ଦିନ ଅତ୍ୟାଧୁନିକ ମେସିନ ଦ୍ୱାରା ପରିସରରେ ଅଲଗା ଅଲଗା ସ୍ଥାନରେ ସର୍ଭେ କରିଛନ୍ତି।
ସୁପ୍ରିମ କୋର୍ଟ ଆଦେଶ ଅନୁସାରେ ଟିମ ପରିସରକୁ ବଜୁ ଖାନା ବ୍ୟତିତ ଆଧୁନିକ ମେସିନ ଦ୍ୱାରା ଡିଜିଟାଲି ମ୍ୟାପି, ଫୋଟୋଗ୍ରାଫି ଏବଂ ଭିଡିଓ ଗ୍ରାଫିକ୍ କରିଛନ୍ତି । ଜିଲ୍ଲା ଅଦାଲତ ମିଡିଆ ଆଗରେପରିସର ସମ୍ପର୍କିତ କୋଣସି ତଥ୍ୟ ନଦେବାକୁ ଏଏସଆଇ ଟିମ ପାଇଁ ରୋକ ଲଗାଇଛି ।