
ଆଜି- ଗୁରୁବାର ଦିନ ଆମ୍ ଆଦ୍ମୀ ପାର୍ଟି ୟୁଥ୍ ୱିଂ ତରଫରୁ ପ୍ରେସ୍ର କନ୍ଫରେନ୍ସ ଜିଲ୍ଲା କାର୍ଯାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି. ପୁରୀର ଅଧିକାଂଶ ରାସ୍ତା କାମ ଏବେ ପେଭର୍ ବ୍ଲକ୍ ଇଟା ଦ୍ଵାରା ନିର୍ମାଣ ହେଉଅଛି । ପେଭର୍ ବ୍ଲକ୍ ଇଟା ସାଧାରଣତଃ ବର୍ଷା ଜଳ ନଷ୍ଟ ନହେବା ଏବଂ ଭୂତଳ ଜଳ ବଢିବା ପାଇଁ ଏକ ପ୍ରୟାସ ଅଟେ ବୋଲି ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ କହିଛନ୍ତି । କିନ୍ତୁ ପୁରୀ ର ଅଧିକାଂଶ ରାସ୍ତା ବର୍ତ୍ତମାନ ପୂର୍ବ ସିମେଣ୍ଟ ରାସ୍ତା ନଖୋଳି ତାରି ଉପରେ ନିର୍ମାଣ ହେଉଅଛି। ଯାହା ସଂପୂଣ୍ଣ ବେଆଇନ ଅଟେ ବୋଲି ଜିଲ୍ଲା ଯୁବ ସମ୍ପାଦକ ଜନ୍ମେଞ୍ଜୟ ଜେନା କହିଛନ୍ତି। ଆମ୍ ଆଦ୍ମୀ ପାର୍ଟି ଏଭଳି ବେଆଇନ ନିର୍ମାଣକୁ ବିରୋଧ କରିବା ଜିଲ୍ଲାପାଳ ଏହା ପ୍ରତି ଧ୍ୟାନ ଦେଇ ସଠିକ୍ କାମ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଆଗରୁ ଦାବିପତ୍ର ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମାନ୍ୟବର ଜିଲ୍ଲାପାଳ କୌଣସି ପଦକ୍ଷେପ ନେଉନାହାନ୍ତି ।ରାସ୍ତାର ଅନିମୀୟତା ଏବଂ ନିମ୍ନ ମାନର ନିର୍ମାଣ ପାଇଁ ରାସ୍ତା ଏତେ ଜଲ୍ଦୀ ଖରାପ ହେଇଗଲା ବୋଲି ଜିଲ୍ଲା ଯୁବ ଉପସଭାପତି ସୁଧାଂଶୁ ଶେଖର କହିଛନ୍ତି। ଆମ୍ ଆଦ୍ମୀ ପାର୍ଟି ୟୁଥ୍ ୱିଂ ତରଫରୁ ଆସନ୍ତା ୧୪/୦୮/୨୦୨୩ ରିଖ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯାଳୟ ଘେରାଉ କରାଯିବ ବୋଲି ଅନୁଷ୍ଠାନିକ ଭାବେ ଜିଲ୍ଲା ଯୁବ ସଭାପତି ଶ୍ରୀ ଅଂଶୁମାନ ଶତପଥୀ କହିଛନ୍ତି । କାରଣ ଯଦି ଗୋଟେ ଜିଲ୍ଲା ର ରାଜା ସୋଇପଡ଼ିଥିବ ତାକୁ ଉଠେଇବା ପାଁଈ ଏକ ଆନ୍ଦୋଳନ ର ଆବଶ୍ୟକତା ଅଛି । ଏହି ଆନ୍ଦୋଳନରୁ କାଳେ ଜିଲ୍ଲାପାଳ ନିଦ୍ରା ରୁ ଉଠିବେ ଏବଂ ଏହି ଦୁର୍ନୀତିର ତଦନ୍ତ କରିବେ ବୋଲି ଶ୍ରୀ ଶତପଥୀ କହିଛନ୍ତି | ଆଜିର ପ୍ରେସ୍ର କନ୍ଫରେନ୍ସ ରେ ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ, ଜିଲ୍ଲା ଯୁବ ସମ୍ପାଦକ ଜନ୍ମେଞ୍ଜୟ ଜେନା, ଜିଲ୍ଲା ଯୁବ ଉପସଭାପତି ସୁଧାଂଶୁ ଶେଖର, ପୂର୍ବତନ ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ସୁନୀଲ କୁମାର ଜେନା ଉପସ୍ଥିତ ଥିଲେ |