ଦେଶ ର 44ଟା ଶ୍ରମ ଆଇନି କୁ ମୋଦୀ ସରକାର ପରିବର୍ତ୍ତନ କରି 4ଟା ଶ୍ରମ କୋଡ଼ କରି କର୍ପୋରେଟ ମାଲିକ ମାନଙ୍କ ସପକ୍ଷରେ 12ଘଣ୍ଟିଆ କାର୍ଯ୍ୟଦିବସ କରିବେ. ମଜୁରୀ ଓ ସାମାଜିକ ନିରାପତ୍ତା ଓ ମୌଳିକ ଅଧିକାର ପାଇଁ ଶ୍ରମିକ ମାନେ ହନ୍ତସନ୍ତ ହେବେ. ବେକାରୀ, ଦରବୃଦ୍ଧି ବେରୋଜଗାର ଆଜି ଦେଶ ର ଲୋକଙ୍କୁ କନ୍ଦାଇଲାଣି. ଦେଶ ର ଧର୍ମନିରପେକ୍ଷ ନୀତି ଓ ସମ୍ବିଧାନ ଉପରେ ଆକ୍ରମଣ ବଢିଛି. ସର୍ବ ନିମ୍ନ ମଜୁରୀ ବଢିଲା ନାହିଁ ସେପଟେ ଦର ବଢ଼ି ଚାଲିଛି, ବଜାର ରେ ନିଆଁଲାଗିଛି.ମୋଦୀ ସରକାର ଦେଶକୁ ଓ ଦେଶ ର ସମ୍ପଦ କୁ ବିକି ଭାଙ୍ଗି ପୁଞ୍ଜିପତି ଙ୍କ ହାତରେ ସମର୍ପି ଦେଲେଣି.ଜାତି ଧର୍ମ ଭିତିରେ ଦେଶ କୁ ବିଭାଜନ କରି ଭୋଟ ହାତେଇବାର ଚକ୍ରାନ୍ତ ଚାଲିଛି. ମଣିପୁର ଓ ହରିୟାଣା ରେ ହିଂସା ରାଜନୀତି କରୁଛି ବିଜେପି. ତେଣୁ ବଂଚିବା ପାଇଁ ଲଢେଇ ଏକ ମାତ୍ର ରାସ୍ତା ବୋଲିମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଜି ଜିଲ୍ଲା ପାଳ ଅଫିସ ଆଗରେ ବିକ୍ଷୋଭ କରି ବକ୍ତା ମାନେ କହିଛନ୍ତି.ସି ଆଇ ଟି ୟୁ,ଏ ଆଇ ଟି ୟୁ ସି, ଏ ଆଇ ଏଫ ଟି, ୟୁ (ନିଉ) ପ୍ରଭୁତି ଶ୍ରମିକ ସଙ୍ଗଠନ ତରଫରୁ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ବ୍ରଜ ବନ୍ଧୁ ପ୍ରଧାନ, ମୋହନ ନାଇଡୁ, ପ୍ରଦୀପ୍ତ ମହାନ୍ତି, ଭୀମ ସେନ ସ୍ୱାଇଁ, ପୀତବାସ ବେହେରା,ଅଜୟ କୁମାର ମିଶ୍ର,ଭାସ୍କର ମହାପାତ୍ର, ପ୍ରତାପ ଚିନାରା , ଟୁନା ନାୟକ,ମନୋରଞ୍ଜନ ମହାରଣା,ସବିତା ସାହୁ,ଜ୍ୟୋତି ପ୍ରକାଶ ନାୟକ,କୃପାସିନ୍ଧୁ ପଣ୍ଡା, ବିଭୁତି ରାଉତରାୟ, ଦୀନବନ୍ଧୁ ପ୍ରଧାନ,ବାହାନ ପରିଡା,ପ୍ରଭୁତି ଯୋଗ ଦେଇ ଥିଲେ.
Related Stories
November 23, 2024