– ଆସୋଚାମର ୧୦୦ ବର୍ଷ ପୂର୍ତି ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଉଦବୋଧନ
ନୂଆଦିଲ୍ଲୀ – ୫ ଲକ୍ଷକୋଟିଡଲାରଅର୍ଥବ୍ୟବସ୍ଥାରଲକ୍ଷ୍ୟହାସଲସମ୍ଭବବୋଲି ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ରମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ନୂଆଦିଲ୍ଲୀରେ ପ୍ରମୁଖ ଉଦ୍ୟୋଗ ଚାମ୍ବର ‘ଆସୋଚାମ’ର ୧୦୦ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଏହା କହିଛନ୍ତି । କର୍ପୋରେଟ ଜଗତର ବିଶିଷ୍ଟବ୍ୟକ୍ତି, କୂଟନୀତିଜ୍ଞଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିସମୂହକୁସମ୍ବୋଧିତକରି ପ୍ରଧାନମନ୍ତ୍ରୀକହିଥିଲେ ଯେ ଭାରତକୁ ୫ ଲକ୍ଷକୋଟିଡଲାର ଅର୍ଥବ୍ୟବସ୍ଥାରେ ପରିଣତକରିବାରବିଚାର ଅଚାନକ ଆସିନାହିଁ ।
ସେ କହିଥିଲେ ଯେ ଗତ ୫ ବର୍ଷମଧ୍ୟରେ ଦେଶ ନିଜକୁଏତେସୁଦୃଢ଼କରିନେଇଛି ଯେ ଏହାକେବଳ ନିଜ ପାଇଁଏତେଗୁରୁତ୍ୱପୂର୍ଣ୍ଣଲକ୍ଷ୍ୟ ନିର୍ଦ୍ଧାରଣକରିନାହିଁ, ବରଂ ଏ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣକରିବା ଆରମ୍ଭ ମଧ୍ୟ କରି ଦେଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫ ବର୍ଷ ପୂର୍ବରୁ ଅର୍ଥବ୍ୟବସ୍ଥାବିପର୍ଯ୍ୟୟ ଆଡ଼କୁ ଗତି କରୁଥିଲା । ଆମ ସରକାର ଏଥିରେ ବିରାମ ଲଗାଇବା ସହିତ ଅର୍ଥବ୍ୟବସ୍ଥାରେ ଅନୁଶାସନର ମାର୍ଗ ମଧ୍ୟ ପ୍ରଶସ୍ତକଲା ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେଭାରତର ଅର୍ଥବ୍ୟବସ୍ଥାରେ ମୌଳିକ ପରିବର୍ତନ ଆଣିଲୁ, ଯାହାଦ୍ୱାରାଏହାର ପରିଚାଳନା ନିର୍ଦ୍ଧାରିତ ନିୟମ ଅନୁଯାୟୀ ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ । ଆମେ ଉଦ୍ୟୋଗ ଜଗତର ଦଶନ୍ଧି ପୁରୁଣା ଦାବି ପୂରଣ କଲୁ ଏବଂ ଆମେ ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରିଛୁ ।
ସେ କହିଥିଲେ, ‘ଆମେ ଔପଚାରିକତାଏବଂ ଆଧୁନିକୀ କରଣର ଦୁଇଟି ଦୃଢ଼ ସ୍ତମ୍ଭ ଉପରେ ଭାରତୀୟ ଅର୍ଥବ୍ୟବସ୍ଥା ନିର୍ମାଣ କରୁଛୁ । ଆମେ ଅଧିକରୁ ଅଧିକ କ୍ଷେତ୍ରକୁ ଔପଚାରିକ ଅର୍ଥବ୍ୟବସ୍ଥା ପରିଧି ମଧ୍ୟକୁ ଆଣିବାଲାଗି ପ୍ରୟାସ କରୁଛୁ । ଏଥିସହିତ ଆମେ ଦେଶର ଅର୍ଥବ୍ୟବସ୍ଥାକୁ ନବୀନତମ ପ୍ରଯୁକ୍ତି ସହ ଯୋଡ଼ୁଛୁ, ଯାହାଦ୍ୱାରା ଆମେ ଆଧୁନିକୀକରଣର ଗତିକୁ ଆହୁରି ଦ୍ରୁତ କରିପାରିବୁ ।
ପ୍ରଧାନମନ୍ତ୍ରୀ କହିଥିଲେ, ଏବେ କୌଣସି କମ୍ପାନୀର ପଞ୍ଜିକରଣରେ ଅନେକ ସପ୍ତାହ ସମୟ ଲାଗିବା ବଦଳରେ ମାତ୍ର କିଛି ଘଂଟା ଲାଗୁଛି । ସ୍ୱୟଂଚାଳିତ ପ୍ରକ୍ରିୟା ଫଳରେ ସୀମାପାର ବାଣିଜ୍ୟ ଖୁବ ଦ୍ରୁତଗତିରେ କରିବାରେ ସହାୟତା ମିଳୁଛି । ମୌଳିକ ଢାଂଚାଗତ ସୁବିଧା ପରସ୍ପର ସହ ଯୋଡ଼ିହେବା ଫଳରେ ବନ୍ଦର ଓ ବିମାନ ବନ୍ଦରରେ ଜାହାଜ ଓ ବିମାନର ଆଗମନ ଓ ପ୍ରସ୍ଥାନରେ ଲାଗୁଥିବା ମୋଟ ସମୟ ନିରନ୍ତର ହ୍ରାସପାଉଛି । ଏସବୁ ଏକ ଆଧୁନିକ ଅର୍ଥବ୍ୟବସ୍ଥାର ଉଦାହରଣ । ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଆମ ଦେଶରେ ଏପରି ଏକ ସରକାର ଅଛି ଯିଏ ଉଦ୍ୟୋଗ ଜଗତର ବିଚାରକୁ ଶୁଣୁଛି, ତା’ର ଆବଶ୍ୟକତାକୁ ବୁଝୁଛି ଏବଂ ତା’ର ପରାମର୍ଶ ପ୍ରତି ସମ୍ପୂର୍ଣ୍ଣ ଭାବେ ସମ୍ବେଦନଶୀଳ ରହିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିରନ୍ତର କଠିନ ପରିଶ୍ରମ କରିବା ଫଳରେ ହିଁ ଭାରତ ‘ବ୍ୟବସାୟିକ ସୁଗମତା’ ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ହାସଲ କରିବାରେ ସଫଳ ହୋଇପାରିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ବ୍ୟବସାୟିକ ସୁଗମତା’ ବାକ୍ୟ ମାତ୍ର କେତୋଟି ଶବ୍ଦର ସମାହାର ହୋଇପାରେ, କିନ୍ତୁଏହିସୂଚକାଙ୍କରେଭାରତର ର୍ୟାଙ୍କିଙ୍ଗରେ ଉନ୍ନତି ଆଣିବାଲାଗି ଅଗଣିତ କଠିନ ପ୍ରୟାସ କରାଯାଇଛି, ଏଥିମଧ୍ୟରେ ଭୂମିଗତ ସ୍ତରରେ ନୀତି ଏବଂ ନିୟମରେ ଆବଶ୍ୟକ ପରିବର୍ତନ ଆଣିବା ମଧ୍ୟ ସାମିଲ ରହିଛି ।
ପ୍ରଧାନମନ୍ତ୍ରୀ ଏହି ବିଷୟ ଉପରେ ମଧ୍ୟ ରେଖାପାତ କରିଥିଲେ ଯେ ଦେଶରେ ବ୍ୟକ୍ତିଗତ ଉପସ୍ଥିତି ବିନାଟିକସ ପ୍ରଶାସନ ସୁନିଶ୍ଚିତ କରିବା ଦିଗରେ ନିରନ୍ତର ପ୍ରୟାସ କରାଯାଉଛି, ଯଦ୍ୱାରା ଟିକସଦାତା ଏବଂ ପ୍ରାଧିକରଣ ମଧ୍ୟରେ ବ୍ୟକ୍ତିଗତ ଉପସ୍ଥିତିର ଆବଶ୍ୟକତା ହ୍ରାସପାଇବ ।
ସେ କହିଥିଲେ ଯେ ଟିକସ ବ୍ୟବସ୍ଥାରେ ପାରଦର୍ଶିତା, ଦକ୍ଷତା ଏବଂ ଉତରଦାୟିତ୍ୱ ସୁନିଶ୍ଚିତ କରିବାଲାଗି ଆମେ ବ୍ୟକ୍ତିଗତ ଉପସ୍ଥିତି ବିନାଟିକସ ପ୍ରଶାସନ ଦିଗରେ ଆହୁରି ଦ୍ରୁତଗତିରେ ଅଗ୍ରସର ହେଉଛୁ ।
ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ସରକାର କର୍ପୋରେଟ କ୍ଷେତ୍ରସହ ଜଡ଼ିତ ଅନେକ ଆଇନର ଅଣ-ଅପରାଧିକରଣ କରି ଦେଇଛନ୍ତି, ଫଳରେ ଉଦ୍ୟୋଗ ଜଗତ ଭୟମୁକ୍ତ ପରିବେଶରେ କାମ କରିପାରିବେ । ପ୍ରଧାନମନ୍ତ୍ରୀ କହିଥିଲେ, ଆପଣମାନେ ଜାଣନ୍ତି ଯେ କମ୍ପାନୀ ଆଇନରେ ଅନେକ ବ୍ୟବସ୍ଥା ରହିଛି, ଯାହାର ମାମୁଲି ଉଲ୍ଲଙ୍ଘନକୁ ମଧ୍ୟ ଫୌଜଦାରୀ ଅପରାଧ ଭାବେ ବିବେଚନା କରାଯାଇଥାଏ । ଆମ ସରକାରଏପରି ଅନେକ ବ୍ୟବସ୍ଥାର ଅଣ-ଅପରାଧୀକରଣ କରି ଦେଇଛନ୍ତି । ଆମେ ଏହାବ୍ୟତିତ ମଧ୍ୟ ଅନେକ ବ୍ୟବସ୍ଥାର ଅଣ-ଅପରାଧୀକରଣ କରୁଛୁ ଅଥବା ସେଗୁଡ଼ିକୁ ଦେୱାନୀ ଅପରାଧରେ ପରିଣତକରି ଦେଉଛୁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତମାନ ଦେଶରେ କର୍ପୋରେଟ ଟିକସ ଦର ସର୍ବନିମ୍ନ ରହିଛି ଏବଂ ଏହାଦ୍ୱାରା ଆର୍ôଥକ ବିକାଶ ଗତିଶୀଳ ହେବ । କେବଳ ଆମ ଦେଶରେ ହିଁ ସରକାର ସର୍ବନିମ୍ନ କର୍ପୋରେଟ ଟିକସ ସଂଗ୍ରହ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶ୍ରମ ସଂସ୍କାର ଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ । ସେ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଆହୁରି ଅଧିକ ପାରଦର୍ଶୀ ଏବଂ ଲାଭପ୍ରଦ କରିବା ଲାଗି ଏହି କ୍ଷେତ୍ରରେ ଲାଗୁ କରାଯାଇଥିବା ବ୍ୟାପକ ସୁଧାର ବିଷୟରେ ମଧ୍ୟ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ କାରଣରୁ ଆଜି୧୩ଟି ବ୍ୟାଙ୍କଲାଭ ଦିଗରେ ଅଗ୍ରସର ହେଉଛନ୍ତି, ଅନ୍ୟପକ୍ଷରେ ୬ଟି ବ୍ୟାଙ୍କ ‘ପିସିଏ’ ପରିଧିରୁ ବାହାରକୁ ଆସିସାରିଛନ୍ତି । ଆମେବ୍ୟାଙ୍କ ସମ୍ମିଶ୍ରଣ ପ୍ରକ୍ରିୟାକୁ ମଧ୍ୟ ଗତିଶୀଳ କରିଛୁ । ଆଜି ବ୍ୟାଙ୍କଗୁଡ଼ିକ ନିଜ ନିଜ ଦେଶବ୍ୟାପୀ ନେଟୱାର୍କକୁ ବିସ୍ତାରିତ କରୁଛନ୍ତି ଏବଂ ଏହାସହିତ ଏଗୁଡ଼ିକ ବୈଶ୍ୱିକ ମାନ୍ୟତା ହାସଲ କରିବା ଦିଗରେ ଅଗ୍ରସର ହେଉଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ ସମସ୍ତ ସକାରାତ୍ମକତା ସହିତଭାରତ ୫ ଲକ୍ଷକୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହେବା ଦିଗରେ ଅଗ୍ରସର ହୋଇଚାଲିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଏହି ଲକ୍ଷ୍ୟହାସଲ ଦିଗରେ ଆବଶ୍ୟକ ସହଯୋଗ କରିବା ଉଦ୍ଦେଶ୍ୟରେ ମୌଳିକ ଭିତିଭୂମି କ୍ଷେତ୍ରରେ୧୦୦ ଲକ୍ଷକୋଟି ଟଙ୍କା ସହିତ ଗ୍ରାମୀଣ କ୍ଷେତ୍ରରେ ମଧ୍ୟରେ ୨୫ ଲକ୍ଷକୋଟି ଟଙ୍କାର ଅତିରିକ୍ତ ନିବେଶ କରିବେ ।