ନୂଆଦିଲ୍ଲୀ – ରାଜ୍ୟସଭାରେ ଶୁକ୍ରବାର ସଦନରୁ ଅବସର ନେଇଥିବା ସଦସ୍ୟମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଉଚ୍ଚ ସଦନରେ ଆଜି ୯ ଜଣ ସଦସ୍ୟ ଅବସର ନେବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ପୁନଃ ଚୟନ ହୋଇ ସଦନକୁ ଆସିଛନ୍ତି ।
ଉଚ୍ଚ ସଦନରୁ ଆଜି ୯ ଜଣ ସଦସ୍ୟ ଅବସର ନେବାକୁ ଯାଉଛନ୍ତି । ସେମାନେ ହେଲେ ଦିନେଶ ଚନ୍ଦ୍ର ଜୋମଲଭାଇ ଅନାବଡିୟା (ଗୁଜରାଟ), ଜୁଗଲସିଂହ ମାଥୁର (ଗୁଜରାଟ), ଏସ୍. ଜୟଶଙ୍କର (ଗୁଜରାଟ), ଡେରେକ ଓ ବ୍ରାୟନ (ପଶ୍ଚିମବଙ୍ଗ), ଡୋଲା ସେନ (ପଶ୍ଚିମବଙ୍ଗ), ପ୍ରଦୀପ ଭଟ୍ଟାଚାର୍ଯ୍ୟ (ପଶ୍ଚିମବଙ୍ଗ), ସୁସ୍ମିତା ଦେବ (ପଶ୍ଚିମବଙ୍ଗ), ଶାନ୍ତା ଛେତ୍ରୀ (ପଶ୍ଚିମବଙ୍ଗ), ଶୁଭେନ୍ଦୁ ଶେଖର ରାୟ (ପଶ୍ଚିମବଙ୍ଗ) । ତନ୍ମଧ୍ୟରୁ ୪ ଜଣ ଏସ୍. ଜୟଶଙ୍କର, ଡୋଲା ସେନ, ଶୁଭେନ୍ଦୁ ଶେଖର, ଡେରେକ ଓ ବ୍ରାୟନ ପୁନଃ ଚୟନ ହୋଇ ସଦନକୁ ଆସିଛନ୍ତି । ସଭାପତି ଜଗଦିଶ ଧନଖଡ଼, ବିରୋଧି ଦଳର ନେତା ଏବଂ ସଦନର ନେତା ମାନେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।