ମାଲକାନଗିରି- କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଈନ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ହେବାକୁ ଥିବା ସପ୍ତାହ ବ୍ୟାପି ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏହି ଅଞ୍ଚଳରେ ଅଧ୍ୟାପନାରତ ଜଣେ ଅବସରପ୍ରାପ୍ତ ଭାରତୀୟ ସୈନିକ ହର ପ୍ରସାଦ ସ୍ଵାଇଁଙ୍କୁ ବିଶିଷ୍ଟ ଅତିଥି ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ସମାଜସେବୀ ଭଗବାନ ସାହୁଙ୍କୁ ମଧ୍ୟ ଅନୁରୂପ ସମ୍ବର୍ଦ୍ଧନା କରାଯାଇଛି ।
ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପିକା ତଥା ଜାତୀୟ ସେବା ସଂସ୍ଥାର ସ°ଯୋଜିକା ସଞିତା ଖୋସଲା, ଶ୍ରୀଦେବୀ ପରିଡା, ଅଧ୍ୟାପକ ବିଶ୍ଵଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଏଥିରେ ମହାବିଦ୍ୟାଳୟର ପାଖାପାଖି ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ମାଟି ମା କୁ ପ୍ରଣାମ ସହ ଦେଶର ବୀର ସହୀଦ ମାନଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରାଯାଇଥିଲା। ଏହା ପରେ ମୁଖ୍ୟ ଅତିଥି ଶ୍ରୀ ସ୍ଵାଇଁ କହିଥିଲେ ଯେ, ବର୍ତ୍ତମାନ ସମୟର ଆହ୍ବାନକୁ ସ୍ଵୀକାର କରି ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ଶକ୍ତିର ଆବଶ୍ୟକତାକୁ ଗୁରୁତ୍ଵ ଦେଇଥିଲେ । ସେ ପୁରାତନ ଭାରତର ଐତିହ୍ୟ ଓ ଅଖଣ୍ଡତା ବିଷୟରେ ଉଲ୍ଲେଖ କରିଥିବା ବେଳେ, ସ୍ବାଧୀନ ଭାରତର ଇତିହାସ ଓ ସହୀଦ ବୀର ଯବାନ ମାନଙ୍କ ବୀରତ୍ଵଗାଥା ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ । ଅନ୍ୟ ଅତିଥି ଶ୍ରୀ ସାହୁ, ଭାରତର ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକୁ ଆଖି ଆଗରେ ରଖି ସମସ୍ତେ ଅଗଷ୍ଟ ୯ ତାରିଖ ଠାରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ଘରେ ତ୍ରିରଙ୍ଗା ପତାକା ଲଗାଇବା ପାଇଁ ଆହ୍ଵାନ ଦେଇଥିଲେ । ଏହାପରେ ଜାତୀୟ ସେବା ସଂସ୍ଥାର ସ°ଯୋଜିକା ଶ୍ରୀମତି ଖୋସଲା ଭାରତ ରାଷ୍ଟ୍ରର ଐକ ଉଦ୍ଦେଶ୍ୟରେ ସମସ୍ତଙ୍କୁ ଏକ ଶପଥପାଠ କରାଇଥିଲେ ।
ଶେଷରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା, ଯେଉଁଥିରେ ଅତିଥି ମାନଙ୍କ ସହ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଓ ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।