ଭୁବନେଶ୍ୱର – ଭି ଏସ୍ ଏସ୍ ନଗରରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତି ପ୍ରତିଷ୍ଠା ପାଇଁ ନିଷ୍ପତି ନେଇଛି ରାଜ୍ୟ ସଂସ୍କୃତି ବିଭାଗ । ନଗର ପ୍ରତିଷ୍ଠା ଦିନଠାରୁ ଏଠାରେ ଏକ ଛୋଟ ଆବକ୍ଷ ପ୍ରତିମୂର୍ତି ଅଛି, ଏଠାରେ ସୁରେନ୍ଦ୍ର ସାଏଙ୍କର ଏକ ପୂର୍ଣ୍ଣାୟବ ପ୍ରତିମୂର୍ତି ପ୍ରତିଷ୍ଠା ପାଇଁ ଭି ଏସ୍ ଏସ୍ ନଗର ବାସୀ ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ବହୁବାର ଦାବି ହୋଇଥିଲା ବୋଲି ଉତ୍କଳ ସମ୍ମିଳନୀ ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ତଥା ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା କହିଛନ୍ତି । ଏଥି ପାଇଁ ଭି ଏସ୍ ଏସ୍ ନଗର ଉନ୍ନୟନ ପରିଷଦ ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ବିଭାଗୀୟ ଚୟନ କମିଟି ଓ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।