ଭୁବନେଶ୍ୱର – ହୋଟେଲ ରୁମ୍ ରୁ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଗଣମାଧ୍ୟମକୁ ଡିସିପି କହିଛନ୍ତି ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟ ଓ ତଦନ୍ତରୁ ଜଣାପଡ଼ିଛି । ତେବେ ଆତ୍ମହତ୍ୟା ପଛରେ କାହାର ହାତ ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି । ଶୁଭଲକ୍ଷ୍ମୀଙ୍କ ସିଡିଆର ପାଇଛୁ, କିଛି ସନ୍ଦିଗ୍ଧ ତଥ୍ୟ ସେଥିରୁ ମିଳିନି । ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲେ ବି କାରଣ ଅସ୍ପଷ୍ଟ ରହିଛି । ତାଙ୍କ ମାନସିକ ସ୍ଥିତି ଜାଣିବାକୁ ପରିବାର, ପରିଜନଙ୍କୁ ପଚରାଉଚରା କରୁଛୁ । ଅପରପକ୍ଷରେ କୁହାଯାଉଥିବା ଭାଇରାଲ ଭିଡିଓ ପୋଲିସ ହାତରେ ଲାଗିନାହିଁ । ସେମିତି କିଛି ଭିଡିଓ ଆସିଲେ ଆମେ ତର୍ଜମା କରିବୁ । ଆତ୍ମହତ୍ୟା ସହ ଭିଡିଓର କିଛି ସଂପର୍କ ଅଛି କି ନାହିଁ ପରଖିବୁ । ତାଙ୍କ ମୃତ୍ୟୁ ପଛରେ କାହାର ହାତ ଅଛି କି ନାହିଁ ସେନେଇ ତଦନ୍ତ କରାଯାଉଛି ।
ସେ ଆହୁରି କହିଛନ୍ତି,ଦୀପାଲି ହୋଟେଲର ସିସିଟିଭି ଯାଂଚ କରାଯାଇଛି, ଶୁଭଲକ୍ଷ୍ମୀଙ୍କ ଯିବା ଆସିବା ସମୟରେ ସିସିଟିଭି, କେତେବେଳେ ଆସିଥିଲେ ଓ କେତେବେଳେ ଯାଇଥିଲେ ସବୁ ଦିଗକୁ ନେଇ ତଦନ୍ତ କରାଯାଇଛି । ସୋସିଆଲ ମିଡ଼ିଆର କୌଣସି ଆପ୍ଲିକେସନରେ କଥାବାର୍ତା ହୋଇ ପାରିଥାନ୍ତି, ସେ ଦିଗରୁ ତଦନ୍ତ କରାଯାଉଛି । ଏହାଛଡ଼ା ପରିବାର ସହ ବନ୍ଧୁ, ବାରର କର୍ମଚାରୀଙ୍କୁ ପଚରାଉଚରା ଶେଷ ହୋଇଛି ।